www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସ ପକ୍ଷରୁ ସୁଶାନ୍ତ ସିଂଙ୍କ ବିରୋଧରେ ଶୋଭାଯାତ୍ରା

କୁଚିଣ୍ଡା: ମୂଖ୍ୟମନ୍ତ୍ରୀଙ୍କ ଗସ୍ତ କାଳରେ ଭଡାଟିଆ ଗୁଣ୍ଡାଙ୍କ ଦ୍ୱାରା ବିରୋଧୀ କର୍ମୀଙ୍କୁ ଆକ୍ରମଣ କରିଥିବା ଘଟଣାକୁ ନେଇ ବୁଧବାର କଂଗ୍ରେସର ବରିଷ୍ଟ ପଦାଧିକାରୀ ମାନେ ସହରରେ ଶୋଭାଯାତ୍ରା କରିଥିଲେ। ଆଦିବାସୀ ଅଞ୍ଚଳର ଯୁବ ନେତା ଜୟନ୍ତ କିସାନଙ୍କୁ ଲହୁଲୁହାଣ କରି ମାଡ ମାରିବା ଯୋଗୁଁ ପ୍ରତ୍ୟକ୍ଷ ଭାବେ ସେମାନେ ଏଠାକାର ଜନ ବିରୋଧି, ଗଣତନ୍ତ୍ର ବିରୋଧି ବୋଲି ଅଭିଯୋଗ କରିଥିଲେ। ମନ୍ତ୍ରୀ ସୁଶାନ୍ତ ସିଂ ତାଙ୍କ ଅଞ୍ଚଳରୁ ତାଙ୍କ ଅପରାଧି ସମର୍ଥକଙ୍କୁ କୁଚିଣ୍ଡା ଆଣି ଆତଙ୍କ ଚଳେଇଥିବା ଅଭିଯୋଗ କରି ତୁରନ୍ତ ମନ୍ତ୍ରୀ ସମେତ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ ଦାବି କରିଥିଲେ। ପରେ ମନ୍ତ୍ରୀଙ୍କ ଫଟୋକୁ ପୋଡି ଥିଲେ। ଏଥିରେ ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା, ସାଧାରଣ ସମ୍ପାଦକ ଆଶୁତୋଶ ସ୍ୱାଇଁ, ସମ୍ବଲପୁର ଯୁବ କଂଗ୍ରେସ ସଭାପତି ପ୍ଲବନ ବହିଦାର, କଟକ ଜିଲା ସଭାପତି ଆର୍ଯ୍ୟବିର ଲେଙ୍କା, ସମେତ ବହୁ ବରିଷ୍ଟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ସେମାନେ ଆହତ ଜୟନ୍ତ କିସାନଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories