କେଜରିୱାଲଙ୍କ ନୂଆ ଅଭିଯାନ: ଦୈନିକ ଲାଗିବ ୫ଲକ୍ଷ ଚାରା

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚାରାରୋପଣ ପାଇଁ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ବାୟୁ ପ୍ରଦୂଷଣର ମୁକାବିଲା ଲକ୍ଷ୍ୟରେ ଦୈନିକ ୫ଲକ୍ଷ ଚାରା ଲଗାଇବା ପାଇଁ ତାଙ୍କ ସରକାର ଯୋଜନା କରିଛନ୍ତି। ମହାନଗରୀର ୬୦୦ଟି ସ୍ଥାନରେ ଏହି ଚାରା ଲଗାଯିବ। ଏହି ଅଭିଯାନରେ ଦିଲ୍ଲୀର ସମସ୍ତ ବାସିନ୍ଦା ଓ ଏକ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ। ସମସ୍ତେ ସେମାନଙ୍କ ଘର ପାଖରେ ଚାରା ଲଗାଇବେ। ଶନିବାର ଯମୁନା ବନ୍ୟାଞ୍ଚଳ ଉସ୍‍ମାନପୁରଠାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ୩୨ହଜାର ଚାରା ଳଗାଯାଇଛି। ଏହି ଅବସରରେ ସେ କହିଛନ୍ତି ଯେ ଚାରାରୋପଣ ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ସମ୍ଭବ ହୋଇପାରିବ। ଦିଲ୍ଲୀ ଜଙ୍ଗଲ ଓ ପରିବେଶ ସଚିବ ଏ.କେ ସିଂହଙ୍କ କହିବାନୁଯାୟୀ, ଚଳିତ ବର୍ଷ ୩୨ଲକ୍ଷ ୫୦ହଜାର ଚାରା ଲଗାଯିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅଭିଯାନ ବିଧିବଦ୍ଧ ଭାବେ ଆରମ୍ଭ ହେବା ପୂର୍ବରୁ ୧୫ଲକ୍ଷ ଚାରା ଲଗାଯାଇ ସରିଲାଣି।

Leave A Reply