www.samajalive.in
Sunday, December 14, 2025
19.1 C
Bhubaneswar

ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବର ଶୁଭାରମ୍ଭ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବର ଶୁଭାରମ୍ଭ ହୋଇଛି । ବୁଧବାର ଅଯୋଧ୍ୟାରେ ଏକା ସଙ୍ଗେ  ୧୨ ଲକ୍ଷ ଦୀପ ପ୍ରଜ୍ଵଳିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଅଯୋଧ୍ୟାରେ ଉପସ୍ଥିତ ଅଛନ୍ତି । ଦୀପୋତ୍ସବ ପୂର୍ବରୁ ସହରର ସାକେତ ପିଜି କଲେଜରୁ ରାମ ରାଜ୍ୟାଭିଷେକ ଶୋଭାଯାତ୍ରା ଜୟ ଶ୍ରୀ ରାମ ଧ୍ଵନୀ ଏବଂ ଶଙ୍ଖ ନାଦ ସହିତ ସହର ପରିକ୍ରମା କରିଥିଲା। ଯେଉଁଥିରେ ଭାରତର ଲୋକ ସଂସ୍କୃତିର ବିଭିନ୍ନ ଝଲକ ଦେଖିବାକୁ ମିଳିଥିଲା । ଉପ ମୁଖ୍ୟମନ୍ତ୍ରୀ  ଡ. ଦୀନେଶ ଶର୍ମା ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।

ଏଠାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଭକ୍ତଙ୍କ ଆସ୍ଥାକୁ ପ୍ରଣାମ କରିବା ସହ ପୂର୍ବ ସରକାରଙ୍କ ଉପରେ ତୁଷ୍ଟିକରଣ ରାଜନୀତିର ଅଭିଯୋଗ ଆଣି ବର୍ଷିଥିଲେ।

- Advertisement -
Image Souce : ABP news

ଦୀପୋତ୍ସବ ମାଧ୍ୟମରେ ଅଯୋଧ୍ୟାକୁ ମିଳିବ ନୂତନ ପରିଚୟ : ଯୋଗୀ

ଦୀପୋତ୍ସବ କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପାଞ୍ଚ ବର୍ଷ ପୂର୍ବେ ଯେତେବେଳେ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମର ଆଲୋଚନା ଆରମ୍ଭ ହୋଇଥିଲା, ସେତେବେଳେ ଆମ ସରକାର ନିଷ୍ପତ୍ତି ନେଇଥିଲେ ଯେ ଦୀପୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଅଯୋଧ୍ୟାକୁ ଏହାର ନୂତନ ପରିଚୟ ଦେବାକୁ ହେବ । ସେ କହିଥିଲେ ଯେ ମୋର ମନେ ଅଛି ଯେ ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷରେ ସ୍ଲୋଗାନରେ ଦର୍ଶାଯାଇଥିଲା ଯେ ‘ଯୋଗୀ ମହାଶୟ ଗୋଟିଏ କାମ କର, ମନ୍ଦିର ନିର୍ମାଣ କର’ ଏବଂ ମୁଁ ସେତେବେଳେ ମଧ୍ୟ କହିଥିଲି ଯେ ଏଥିପାଇଁ ମୂଳଦୁଆ ପ୍ରସ୍ତୁତ ହେଉଛି ।

ଶ୍ରୀ ଯୋଗୀ କହିଛନ୍ତି ଯେ, ଆଜି ଲାଗୁଛି ଯେ ଯଦି ଆପଣ ଏହାକୁ ଜାରି ରଖନ୍ତି, ତେବେ କରସେବକଙ୍କ ଉପରେ ଗୁଳି ଚଳାଇଥିବା ଲୋକମାନେ ପରବର୍ତ୍ତୀ କର ସେବା ପାଇଁ ପରିବାର ସହ ଆସି ଧାଡିରେ ଠିଆ ହେବେ। ଯେତେବେଳେ ପରବର୍ତ୍ତୀ କର ସେବା ଅନୁଷ୍ଠିତ ହେବ, ସେତେବେଳେ ଭଗବାନ ରାମ ଏବଂ ଭଗବାନ କୃଷ୍ଣଙ୍କ  ଭକ୍ତମାନଙ୍କ ଉପରେ ଗୁଳି ନୁହେଁ  ପୁଷ୍ପ ବୃଷ୍ଟି ହେବ। ଏହା ହେଉଛି ଗଣତନ୍ତ୍ରର ଶକ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories