www.samajalive.in
Friday, December 12, 2025
15.1 C
Bhubaneswar

ସି ଜିନପିଙ୍ଗ ଜି୨୦ ଓ ସିଓପି୨୬ ଶିଖର ସମ୍ମିଳନୀରେ ଯୋଗନଦେଇ ବଡ ଭୁଲ କରିଛନ୍ତି- ଜୋ ବାଇଡେନ

ଗ୍ଲାସଗୋ: ବିଶ୍ୱର ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନକାରୀ ରାଷ୍ଟ୍ର ଚୀନର ନେତୃତ୍ୱ ନେଉଥିବା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରୋମରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀ ଏବଂ ଗ୍ଲାସଗୋଠାରେ ଜଳବାୟୁ ପରିବର୍ତ୍ତନ ଉପରେ ଆୟୋଜିତ ସିଓପି୨୬ ଶିଖର ସମ୍ମିଳନୀରେ ଯୋଗନଦେଇ ବଡ ଭୁଲ କରିଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୂଚନାଯୋଗ୍ୟ ଯେ କୋଭିଡ-୧୯ ମହାମାରୀ ଆରମ୍ଭ ହେବା ଦିନଠାରୁ ଜିନପିଙ୍ଗ ୨୦୨୦ ପ୍ରାରମ୍ଭରୁ ନିଜ ଦେଶ ବାହାରକୁ ଯାଇନାହାନ୍ତି । ତାଙ୍କ ଅନୁପସ୍ଥିତିରେ ନୈରାଶ୍ୟ ପ୍ରକାଶ କରି ବାଇଡେନ ବେଜିଂକୁ ତୀବ୍ର ସମାଲୋଚନା କରିଛନ୍ତି । ଏହା ଏକ ବଡ ଭୁଲ ବୋଲି ସିଓପି୨୬ ଶିଖର ସମ୍ମିଳନୀ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ନିଜ ପ୍ରତ୍ରିକିୟାରେ କହିଛନ୍ତି । ଚୀନର ଅନୁପସ୍ଥିତି କାରଣରୁ ସମଗ୍ର ବିଶ୍ୱର ନଜର ଏବେ ଚୀନ ଉପରେରହିବ ଏବଂ ଏହା ଜଳବାୟୁ ପରିବର୍ତ୍ତନକୁ ରୋକିବାରେ କିଭଳି ପ୍ରୟାସ ଯୋଗ କରୁଛି ବୋଲି ସମସ୍ତେ ପ୍ରଶ୍ନ କରିବେ । ତାହାସହିତ ବିଶ୍ୱ ନେତୃବୃନ୍ଦଙ୍କ ଠାରୁ ସମ୍ମିଳିତ ଭାବରେ ଯାହା ଆଶା କରାଯାଉଥିଲା ତାହା ସମ୍ଭବ ହୋଇନାହିଁ । ସମ୍ମିଳନୀ ପୂର୍ବରୁ ଆମେରିକାର ଅଧିକାରୀମାନେ ଆଶା କରୁଥିଲେ ଯେ ଏହି ଶିଖର ବୈଠକ ଅବସରରେ ଚୀନ ଓ ଆମେରିକା ନେତୃବୃନ୍ଦ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବେ । ଅନ୍ୟପକ୍ଷରେ ଉଭୟ ରାଷ୍ଟ୍ର କହିଛନ୍ତି ଚଳିତ ବର୍ଷ ଶେଷଆଡକୁ ସେମାନେ ଭର୍ଚୁଆଲ ପଦ୍ଧତିରେ ଭେଟିବେ । ତେବେ ଏଥିପାଇଁ ତାରିଖ ସ୍ଥିର ହୋଇାନାହିଁ । ଏହି ଅବସରରେ ମସ୍କୋ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ନେତୃତ୍ୱ ଗ୍ରହଣକାରୀ ଭୂମିକା ପ୍ରଦର୍ଶନରେବିଫଳ ହୋଇଥିବା ନେଇ ଆମେରିକା ଅଭିଯୋଗ କରିଛି । କାରଣ ଜଳବାୟୁ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଯୋଗଦେଇନଥିଲେ । ବାଇଡେନ କହିଛନ୍ତି, ତୁନ୍ଦ୍ରାଞ୍ଚଳ ଜଳୁଥିବା ଏବଂ ଏହା ଗୁରୁତର ଜଳବାୟୁ ସମସ୍ୟା ସୃଷ୍ଟି କରିଥିବାବେଳେ ପୁତିନ କିଛି ନକରି ନୀରବ ରହିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories