www.samajalive.in
Sunday, December 14, 2025
19.1 C
Bhubaneswar

ଜାଲ୍‌ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ : ୨୩ ଶିକ୍ଷାଧିକାରୀଙ୍କୁ ଜବାବ ତଲବ

ଭୁବନେଶ୍ବର : ରାଜ୍ୟରେ ଶତାଧିକ ଜାଲ ଶିକ୍ଷକ ଏବେ ଗଣଶିକ୍ଷା ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଜଣଙ୍କ ପରେ ଜଣେ ଜାଲ୍ ପ୍ରମାଣପତ୍ର ଦେଇ ଶିକ୍ଷକ ନିଯୁକ୍ତ ହୋଇଥିବା ବିଭାଗ ପକ୍ଷରୁ ଧରାଯାଉଛି। ୨୦୧୮ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଇତିମଧ୍ୟରେ ୨ଶହରୁ ଊର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହିତ କେତେଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଏବେ ଏହି ପ୍ରକ୍ରିୟା ମଧ୍ୟରେ ୧୦୫ଜଣ ଶିକ୍ଷକ ଜାଲ୍ ପ୍ରମାଣପତ୍ର ଦେଇ ନିଯୁକ୍ତ ହୋଇଥିବା ଜିଲା ଶିକ୍ଷାଅଧିକାରୀଙ୍କ ତଥ୍ୟରୁ ଜଣାପଡ଼ିଛି। ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଇତିମଧ୍ୟରେ ୬ଥର ଅବଗତ କରାଗଲାଣି, କିନ୍ତୁ ସବୁ ନିର୍ଦେଶନାମା ନଥିତଳେ ରହିଯାଉଛି। ପ୍ରାଥମିକ ଶିକ୍ଷା ନିର୍ଦେଶକ ବୃନ୍ଦାବନ ଶତପଥୀ ନିକଟରେ ୨୩ ଜିଲା ଶିକ୍ଷା ଅଧିକାରୀଙ୍କ ସହିତ ୫୦ରୁ ଊର୍ଦ୍ଧ୍ବ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ସମ୍ପୃକ୍ତ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ପତ୍ର ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଣାଇଛନ୍ତି। ଏହି ଶତାଧିକ ଶିକ୍ଷକଙ୍କ ମଧ୍ୟରେ ଅନେକ ନିୟମିତ ଶିକ୍ଷକ ରହିଛନ୍ତି। ସେମାନେ କିଭଳି ଚାକିରିରେ ରହିବେ ସେନେଇ କେତେକ ଅଧିକାରୀଙ୍କୁ ହାତ କରି ସମୟ ଗଡାଉଛନ୍ତି। ପ୍ରାଥମିକ ଶିକ୍ଷା ନିର୍ଦେଶକ ଶ୍ରୀ ଶତପଥୀ ଯାଜପୁର, କଟକ, ଗଞ୍ଜାମ, ନୟାଗଡ, ଭଦ୍ରକ, ବାଲେଶ୍ବର, କନ୍ଧମାଳ, ଖୋର୍ଦ୍ଧା, ଢ଼େଙ୍କାନାଳ, ନବରଙ୍ଗପୁର, ସୁନ୍ଦରଗଡ଼, ରାୟଗଡା, ମୟୂରଭଞ୍ଜ, ବୋଲଗଡ, ସମ୍ବଲପୁର, ପୁରୀ, ଗଜପତି, କେନ୍ଦୁଝର, କଳାହାଣ୍ଡି, ନୂଆପଡା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଜିଲା ଶିକ୍ଷା ଅଧିକାରୀ ଏବଂ ଡିପିସି ଓ ବିଇଓଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସଂପୃକ୍ତ ଶିକ୍ଷକଙ୍କ ପ୍ରମାଣପତ୍ରରେ ତ୍ରୁଟିଥିବା ନେଇ ୨୦୨୦ ଅକ୍ଟୋବରରୁ ଏ ପର୍ଯ୍ୟନ୍ତ ୬ଥର ପତ୍ର ଲେଖାଗଲାଣି। ଏପର୍ଯ୍ୟନ୍ତ ସେମାନଙ୍କ ବିରୋଧ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ତାହା ସରକାରଙ୍କୁ ଅବଗତ କରାଯାଇନାହିଁ। ସମ୍ପୃକ୍ତ ଶିକ୍ଷକଙ୍କୁ ଓଡ଼ିଶା ଚାକିରି ସର୍ତ୍ତାବଳୀ ନିୟମ ୧୯୬୨ ଅନୁଯାୟୀ ତୁରନ୍ତ ବହିଷ୍କାର କରି ତାଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯାଉ। କେଉଁ ପରିପ୍ରେକ୍ଷୀରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତା’ର ଲିଖିତ କୈଫିୟତ ଦେବାକୁ ଶ୍ରୀ ଶତପଥୀ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ‘ସମାଜ’ରେ ଖବର ପ୍ରକାଶ ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୮ରୁ ଜାଲ୍ ସାର୍ଟିଫିକେଟ ଚଢ଼ଉ ଆରମ୍ଭ ହୋଇଥିଲା। ରାଜ୍ୟରେ ବହୁ ଶିକ୍ଷକ ବିଭିନ୍ନ ମହାବିଦ୍ୟାଳୟ ଏବଂ ରାଜ୍ୟ ବାହାର ବିଏଡ କଲେଜରୁ ଜାଲ ପ୍ରମାଣପତ୍ର ଆଣି ନିଯୁକ୍ତି ପାଇଛନ୍ତି, ଯେଉଁମାନଙ୍କ ନିଯୁକ୍ତିର ବୈଧତା ନାହିଁ। ଅଭିଯୋଗ ପରେ ୨୦୧୮ରେ ତତ୍କାଳୀନ ସ୍ବତନ୍ତ୍ର ସଚିବ ବିଶ୍ବନାଥ ପ୍ରଧାନ ସବୁ ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଶିକ୍ଷକମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ରିପୋର୍ଟ ଲୋଡିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories