www.samajalive.in
Saturday, December 13, 2025
26.1 C
Bhubaneswar

ପଞ୍ଚାୟତ ନିର୍ବାଚନ : ୬ ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ସହ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଆୟୋଗ ଜିଲାପାଳ ଓ ବିଡିଓମାନଙ୍କ ସହ ୯ ତାରିଖରେ ଆଲୋଚନା କରିବେ। ଏନେଇ ନିର୍ବାଚନ ଆୟୋଗ ଆଭାସିରେ ବୈଠକ ଡାକିଛନ୍ତି। ସମସ୍ତ ଜିଲାପାଳଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପତ୍ର ଲେଖାଯାଇଛି। ଉକ୍ତ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଜିଲାପାଳ, ବିଡିଓ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ଆୟୋଗ ଆଲୋଚନା କରିବେ। ବୈଠକରେ ଭୋଟର ତାଲିକା ପ୍ରସ୍ତୁତି, ଭୋଟବାକ୍ସ ତଥ୍ୟ ଏବଂ ଚିହ୍ନଟ ଭୋଟଗଣତି କେନ୍ଦ୍ର ଆଦି ସମ୍ପର୍କରେ ଆଲୋଚନା କରାଯିବ। ଜିଲାପାଳ ଏବଂ ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ସହ ଜଡ଼ିତ ଜିଲାସ୍ତରୀୟ ଅଧିକାରୀମାନେ ଜିଲା ମୁଖ୍ୟାଳୟରେ ଉପସ୍ଥିତ ରହିବା ସହ ୩୧୪ଟି ବ୍ଲକ ମୁଖ୍ୟାଳୟରେ ବିଡିଓମାନେ ଉପସ୍ଥିତ ରହି ଆଭାସି ବ୍ୟବସ୍ଥାରେ ଆଲୋଚନାରେ ଭାଗ ନେବାକୁ ନିର୍ଦେଶ ଦିଆଯାଇଛି। ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ପାଇଁ ନିର୍ବାଚନ ଆୟୋଗ ୬ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories