ପୁଣି କମିଲା ସୁନା ଓ ରୂପା ଦର

0

ନୂଆଦିଲ୍ଲୀ : ଲଗାତାର ଦ୍ୱିତୀୟ ଦିନ ସୁନା ଦର କମିବାରେ ଲାଗିଛି। ଶନିବାର ଦିଲ୍ଲୀ ସରେଫା ବଜାରରେ ସୁନା ୧୦୦ଟଙ୍କା ହ୍ରାସପାଇ ୧୦ଗ୍ରାମ ସୁନାର ମୂଲ୍ୟ ୩୧,୩୫୦ଟଙ୍କା, ରୂପା ୨୭୫ ଟଙ୍କା ହ୍ରାସ ପାଇ ଏକ କିଲୋଗ୍ରାମ ରୂପାର ମୂଲ୍ୟ ୩୭,୭୭୫ ଟଙ୍କା ହୋଇଛି। ବ୍ୟବସାୟୀ ମାନଙ୍କ ମତରେ ଅର୍ନ୍ତଜାତୀୟ ବଜାର, ସ୍ଥାନୀୟ ନିର୍ମାଣକାରୀ ଓ ବେପାରୀ ଦର କମାଇବା ଫଳରେ ଏହାର ପ୍ରଭାବ ସୁନା ଓ ରୂପା ଦର ଉପରେ ପଡିଛି। ଅର୍ନ୍ତଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଉଥିବାରୁ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Leave A Reply