www.samajalive.in
Thursday, December 11, 2025
18.1 C
Bhubaneswar

ଭାରତ ସେମିଫାଇନାଲ ଖେଳିବ କେମିତି?

ଦୁବାଇ  : ୨ଟି ମ୍ୟାଚ୍‌ ଏବଂ ଆତ୍ମବିଶ୍ବାସକୁ ଚୁର୍‌ମାର କରିବା ଭଳି ୨ଟି ପରାଜୟ। ବିଶ୍ବରେ ଅନ୍ୟତମ ଶକ୍ତିଶାଳୀ ଦଳ; ଯାହାକୁ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର ବୋଲି କୁହା ଯାଇଥିବା ଭାରତୀୟ କ୍ରିକେଟ୍‌ ଦଳ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପରେ ପ୍ରଥମ ୨ଟି ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି। ପ୍ରଥମ ମ୍ୟାଚ୍‌ରେ ୧୦ ୱିକେଟରେ ଭାରତକୁ ପାକିସ୍ତାନ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚ୍‌ରେ ଭାରତକୁ ୮ ୱିକେଟରେ ନ୍ୟୁଜିଲାଣ୍ଡ ହରାଇଛି। ଏହି ୨ଟି ପରାଜୟ ପରେ‌ ବିଶ୍ବକପ୍‌ରୁ ସହଳ ବିଦାୟ ଦ୍ବାରରେ ଭାରତ ପହଞ୍ଚିଯାଇଛି। ଭାରତକୁ ଆହୁରି ୩ଟି ମ୍ୟାଚ୍‌ ଖେଳିବାକୁ ଅଛି। ହେଲେ ବର୍ତ୍ତମାନ ସ୍ଥିତିରେ ସୁପର-୧୨ ପର୍ଯ୍ୟାୟରେ ପାକିସ୍ତାନ ଗ୍ରୁପ୍‌-୨ର ଶୀର୍ଷରେ ରହି ସେମିଫାଇନାଲ ଖେଳିବାର ସମ୍ଭାବନା ଅଧିକ ଲାଗୁଛି। ଏହା ପଛକୁ ନ୍ୟୁଜିଲାଣ୍ଡ କିମ୍ବା ଆଫ୍‌ଗାନିସ୍ତାନ ରହିବାର ଯଥେଷ୍ଠ ସମ୍ଭାବନା ରହିଛି।
ତେବେ ଗାଣିତିକ ହିସାବ ଦେଖିଲେ ଅଦ୍ୟାବଧି ଭାରତ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିନାହିଁ । ଏହା ସତ ଯେ କିଛି ଚମତ୍କାର ହେଲେ ସେମିଫାଇନାଲରେ ଭାରତ ପ୍ରବେଶ କରିପାରେ। କିଛି ଆକଳନ ଓ ସମ୍ଭାବନା ଏଯାବତ୍ ସେମିଫାଇନାଲ ଦୌଡ଼ରେ ଭାରତକୁ ରଖିପାରେ। ତେଣୁ ଆସନ୍ତୁ ନଜର ପକାଇବା ୭ଟି ସମ୍ଭାବନା ଉପରେ; ଯାହା ଭାରତକୁ ସେମିରେ ସ୍ଥାନ ଦେଇପାରେ। (୧) ଆମକୁ ଭାବିନେବାକୁ ହେବ ଯେ ସ୍କଟ୍‌ଲାଣ୍ଡ ଓ ନାମିବ୍ୟାକୁ ପାକିସ୍ତାନ, ଭାରତ ଓ ନ୍ୟୁଜିଲାଣ୍ଡ ପରାସ୍ତ କରିଦେବେ। (୨) ଏପରି ହେଲେ ପାକିସ୍ତାନ ୧୦ ପଏଣ୍ଟ ସହ ଗ୍ରୁପ୍‌-୨ର ଶ୍ରୀର୍ଷରେ ସହ ସେମିଫାଇନାଲରେ ପହଞ୍ଚିବ। (୩) ତେଣୁ ବାକି ଗୋଟିଏ ସେମିଫାଇନାଲ ସ୍ଥାନ ପାଇଁ ଭାରତ, ନ୍ୟୁଜିଲାଣ୍ଡ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ମୁକାବିଲା ହେବ। (୪) ଆଫ୍‌ଗାନିସ୍ତାନଠାରୁ ଯଦି ଭାରତ ପରାସ୍ତହୁଏ; ଏହା ସେମିଫାଇନାଲ ଦୌଡ଼କୁ ବାଦ୍‌ପଡ଼ିବ। ଫଳରେ ଆଫ୍‌ଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ର ବିଜେତା ଗ୍ରୁପ୍‌-୨ର ୨ୟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିବ। (୫) ଆଫ୍‌ଗାନିସ୍ତାନକୁ ଭାରତ ପରାସ୍ତକଲେ; ୬ ପଏଣ୍ଟ ସହ ଏହା ଲିଗ୍ ପର୍ଯ୍ୟାୟ ଶେଷକରିବ। ଏପରି ସ୍ଥଳେ ଭାରତ ସେମିଫାଇନାଲ ଖେଳିବାର ସୁଯୋଗ ପାଇବାକୁ ହେଲେ ନ୍ୟୁଜିଲାଣ୍ଡକୁ ଆଫ୍‌ଗାନିସ୍ତାନ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ। (୬) ନ୍ୟୁଜିଲାଣ୍ଡକୁ ଆଫ୍‌ଗାନିସ୍ତାନ ଏବଂ ଆଫ୍‌ଗାନିସ୍ତାନକୁ ଭାରତ ଯଦି ପରାସ୍ତ କରନ୍ତି; ଭାରତ, ନ୍ୟୁଜିଲାଣ୍ଡ ଓ ଆଫ୍‌ଗାନିସ୍ତାନ ସମାନ ୬ ପଏଣ୍ଟ ଲେଖାଏଁ ପାଇବେ। (୭) ଏପରି କ୍ଷେତ୍ରରେ ନେଟ୍‌ ରନ୍‌ରେଟ୍‌ର ଗୁରୁତ୍ବ ବହୁତ ବଢ଼ିଯିବ। ତେଣୁ ଆଫ୍‌ଗାନିସ୍ତାନ ସହ ସ୍କଟ୍‌ଲାଣ୍ଡ ଓ ନାମିବ୍ୟା ବିପକ୍ଷରେ ଭାରତକୁ ବହୁତ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ବର୍ତ୍ତମାନ ଆଫ୍‌ଗାନିସ୍ତାନର ନେଟ୍ ରନ୍‌ରେଟ୍‌ ୩.୦୯୭ ଥିବା ବେଳେ ନ୍ୟୁଜିଲାଣ୍ଡର ନେଟ୍‌ ରନ୍‌ରେଟ୍‌ ୦.୭୬୫ ଅଛି ଏବଂ ଭାରତ ନେଟ୍ ରନ୍‌ରେଟ୍‌ ହେଉଛି -୧.୬୦୯। ତେଣୁ ବର୍ତ୍ତମାନ ସ୍ଥିତିରେ ଆମେ କହିପାରିବା ଯେ ବିରାଟ କୋହଲିଙ୍କ ଦଳର ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେବା ସମ୍ଭାବନା ଅଧିକ ରହିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories