www.samajalive.in
Sunday, December 14, 2025
18.1 C
Bhubaneswar

ବିଧାୟକ ଶୁଭାରମ୍ଭ କଲେ ଗଞ୍ଜାମ ବ୍ଲକ କୃଷିରଥ

ଗଞ୍ଜାମ: ସୋମବାର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରୁ ଗଞ୍ଜାମ ବ୍ଲକରେ କୃଷିରଥ ପରିଭ୍ରମଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗଞ୍ଜାମ ବ୍ଲକ କୃଷିରଥ ପରିଭ୍ରମଣର ଶୁଭାରମ୍ଭ କରିଥିଲେ। ଏହି କୃଷି ରଥ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୁଲି କୃଷି ସମ୍ବନ୍ଧରେ ଚାଷୀଙ୍କୁ ଅବଗତ କରାଇବ ବୋଲି ସୂଚନା ଦିଆଯାଇଛି।

 

- Advertisement -

କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲା କୃଷି ଅଧିକାରୀ ବିଦୁର ସେଠ ମାଝୀ, ବ୍ଲକ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ସାହୁ, ଅଜିତ କୁମାର ବରାଳ, ଗଞ୍ଜାମ ଏନଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ରଙ୍କନିଧି ପ୍ରଧାନ, ପୂର୍ବତନ ଏନଏସି ଉପାଧ୍ୟାକ୍ଷ ନୀଳାଞ୍ଚଳ ବାରିକି ପ୍ରମୁଖ ଉପସ୍ଥିତ ଥିଲେ। ଏହି କୃଷିରଥ ଭ୍ରମଣର ଆଭିମୁଖ୍ୟ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories