www.samajalive.in
Sunday, December 14, 2025
23.1 C
Bhubaneswar

ଦୀପାବଳି ପରେ ଖୋଲିବ ୬ଷ୍ଠ ଓ ୭ମ ଶ୍ରେଣୀ

ଭୁବନେଶ୍ୱର : ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୁବ୍‌ଶୀଘ୍ର ବିଦ୍ୟାଳୟ ଖୋଲିବ। ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏ ସଂପର୍କରେ ନିଷ୍ପତ୍ତି ନେଇପାରନ୍ତି। ତେବେ ଏକକାଳୀନ ସବୁ ଶ୍ରେଣୀକୁ ନ ଖୋଲି ପ୍ରଥମେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲାଯିବ। ଦୀପାବଳୀ ପରେ ଏହି ଦୁଇ ଶ୍ରେଣୀ ଖୋଲାଯିବା ଯୋଜନା ରହିଛି। ପରବର୍ତ୍ତୀ ସମୟରେ ୧ମରୁ ୫ମ ଶ୍ରେଣୀ ଖୋଲିବା ନେଇ ସରକାରୀ ସ୍ତରରେ ବିଚାର ବିମର୍ଶ ଚାଲିଛି।
ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କରୋନା ତୃତୀୟ ଲହର ଆସିବା ସମ୍ଭାବନା ଏବେ କମି କମି ଆସିଲାଣି। ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢ଼ା ବିଦ୍ୟାଳୟ ମାନଙ୍କରେ ଚାଲିଛି। ତେଣୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ଶ୍ରେଣୀଗୃହ ଶିକ୍ଷାଦାନ ଲାଗି ବିଦ୍ୟାଳୟ ଖୋଲିବାକୁ ସରକାର ପର୍ଯ୍ୟାୟକ୍ରମେ ନିଷ୍ପତ୍ତି ନେବେ। ଏନେଇ ବିଚାର ବିମର୍ଶ କରାଯାଉଛି। ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏନେଇ ନିଷ୍ପତ୍ତି ନେଇପାରନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି। ତେଣୁ ପର୍ଯ୍ୟାୟ କ୍ରମେ ଏଗୁଡ଼ିକୁ ଖୋଲିବାକୁ ବିଚାର କରାଯାଉଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଯଥାକ୍ରମେ ଉଚ୍ଚବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟକୁ ଯାଉଛନ୍ତି। ଶ୍ରେଣୀ ଗୃହରେ ସେମାନଙ୍କ ପାଠପଢ଼ା ହେଉଛି। ସେହିପରି ଡିଗ୍ରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଶ୍ରେଣୀଗୃହରେ ଶିକ୍ଷାଦାନ ଚାଲିଛି। ନଭେମ୍ବର ପହିଲାରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଶ୍ରେଣୀଗୃହରେ ହେବ। ସେହିଭଳି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନଭେମ୍ବର ୧୫ରୁ ସ୍ନାତକୋତ୍ତର ପ୍ରଥମ ବର୍ଷର ପାଠପଢ଼ା ମଧ୍ୟ ଶ୍ରେଣୀଗୃହରେ ଆରମ୍ଭ ହେବ। ତେବେ ଯାହା ଆଶା କରାଯାଉଛି, ଦୀପାବଳୀ ପରେ ପ୍ରଥମେ ୫ମରୁ ୭ମ ଶ୍ରେଣୀ ଖୋଲା ଯାଇପାରେ। ଏନେଇ ବିଭାଗ ସବୁ ସ୍ଥିତିକୁ ବିଚାରକୁ ନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରୁଥିବା ଜଣାପଡିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories