www.samajalive.in
Sunday, December 14, 2025
26.1 C
Bhubaneswar

କଟକଣା କୋହଳ କଲା ବିଏମସି, ଏଣିକି ଯୋଗ ଦେଇପାରିବେ ୨୫୦

ଭୁବନେଶ୍ୱର: ବିଏମସି ପକ୍ଷରୁ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ନଭେମ୍ବର ୧ ତାରିଖରୁ ଏହା ଲାଗୁ ହେବ। ବିଏମ୍‌ସି ଅଞ୍ଚଳ ନିମନ୍ତେ ଅଗଷ୍ଟ ୩୧ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା‌ ମାର୍ଗଦର୍ଶିକାର ସମସ୍ତ କଟକଣା ଅନୁପାଳନ ହେବ। ମାର୍ଗଦର୍ଶିକା ଅନୁସାରେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ୨୫୦ ଲୋକଙ୍କୁ ଅନୁମତି ମିଳିବ। ବିବାହ ଶୋଭାଯାତ୍ରାରେ ପୂଜକ, ବରକନ୍ୟା, ବନ୍ଧୁବାନ୍ଧବ, ବ୍ୟାଣ୍ଡ ପାର୍ଟି, ଆଲୋକସଜ୍ଜା, ବାଦ୍ୟଯନ୍ତ୍ରରେ ନିୟୋଜିତ କର୍ମଚାରୀ ସଦସ୍ୟଙ୍କୁ ମିଶାଇ ୫୦ ଜଣ ସାମିଲ ହୋଇପାରିବେ। ବିଏମ୍‌ସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ପୂର୍ବରୁ ବିବାହରେ ୧୦୦ ଓ ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଥିଲା। ବର୍ତ୍ତମାନ କଟକଣା କୋହଳ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ବିଏମ୍‌ସି ଅଞ୍ଚଳରେ ଅଧିକ ରହୁଛି। ଭୁବନେଶ୍ୱରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ଦୀପାବଳି ନିମନ୍ତେ ବଜାର ହାଟ ଚଳଚଞ୍ଚଳ ହେଉଛି। ଏ ସମୟରେ ବିଏମ୍‌ସି କଟକଣା କିଛି ମାତ୍ରାରେ କୋହଳ କରିବା ସଂକ୍ରମଣ ବୃଦ୍ଧିରେ ପରୋକ୍ଷରେ ସହାୟକ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

କୌଣସି କାର୍ଯ୍ୟକ୍ରମରେ କଟକଣା ଉଲ୍ଲଘଂନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଉଭୟ କାର୍ଯ୍ୟକ୍ରମ ଆୟୋଜକ ଏବଂ ମଣ୍ଡପ/ବୃହତ କକ୍ଷ/ସମ୍ମିଳନୀ କକ୍ଷର ମାଲିକ ନିୟମ ଅନୁପାଳନ କରିବାକୁ ବାଧ୍ୟତାମୂଳକ ରହିଛି। କୌଣସି କାର୍ଯ୍ୟକ୍ରମ ନିମନ୍ତେ ବିଏମ୍‌ସିଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ। କାଶ, ଛିଙ୍କ, ଥଣ୍ଡା, ନିଃଶ୍ବାସରେ ଯନ୍ତ୍ରଣା ପ୍ରଭୃତି ଲକ୍ଷଣ ଥିବା ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ। ବୃଦ୍ଧ, ୧୦ବର୍ଷରୁ କମ୍‌ ବୟସର ପିଲା, ଗର୍ଭବତୀ, ବିବିଧ ରୋଗରେ ପୀଡ଼ିତ ଲୋକକୁ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରାଯିବାକୁ ନିର୍ଦେଶ ଥିବାବେଳେ ଯେକୌଣସି ସମୟରେ ପ୍ରବର୍ତ୍ତନ ଦଳ ଚଢ଼ଉ କରି ଯାଞ୍ଚ କରିପାରିବେ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories