www.samajalive.in
Friday, December 12, 2025
16.1 C
Bhubaneswar

ଧାମରାରେ ଭିନ୍ନକ୍ଷମ ଅଧିକାର ଏବଂ ଅଧିନିୟମ କର୍ମଶାଳା

ଧାମରା :ଧାମରା ନିକଟସ୍ଥ ଧାମରାଇ ସଭାଗୃହରେ ଭିନ୍ନକ୍ଷମ ଅଧିକାର ଏବଂ ଅଧିନିୟମ ୨୦୧୬କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ  ରାଧାକାନ୍ତ ବଳ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁ,ବ୍ଲକ ସଂପାଦକ ସୁଭାଶ ମହାଳିକ,ବାସୁଦେବପୁର ବ୍ଲକର ସଭାପତି ଚନ୍ଦ୍ରକାନ୍ତ ନାୟକ,ଧାମରା ପଂଚାୟତ ସଭାପତି ମନ୍ମଥ ପରିଡା ପ୍ରମୁଖ ଯୋଗ ଦେଇଥିଲେ। ୨ଦିନ ଧରି ଚାଲିଥିବା କର୍ମଶାଳାରେ ଭିନ୍ନକ୍ଷମ ମାନଙ୍କର ଅଧିକାର ଏବଂ ତାହାକୁ କିପରି କାର୍ୟ୍ୟରେ ପରିଣତ କରିହେବ ସେଥିପାଇଁ ୨୦୧୬ ହୋଇଥିବା ସମସ୍ତ ଅଧିନିୟମ ବିଷୟରେ ଆଲୋଚନା ଏବଂ ପର୍ୟ୍ୟାଲୋଚନା ହୋଇଥିଲା।
ଏହି କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ଭିନ୍ନକ୍ଷମ କର୍ମୀ ମାନେ ଦିନକୁ ଦିନ ସମାଜରେ ଉପେକ୍ଷିତ ହେବା ସହ ସରକାରୀ ସାହାଯ୍ୟ ଏବଂ ସହଯୋଗରୁ ବଂଚିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏଥିସହ ଚାନ୍ଦବାଲି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୌଣସି ପରିସ୍ଥିତିରେ ଏହି ଭିନ୍ନକ୍ଷମ ମାନଙ୍କୁ କୌଣସି ସାହାଯ୍ୟ ସହଯୋଗର ହାତ ବଢାଉ ନଥିବା କଥା ମଧ୍ୟ ଅଭିଯୋଗ ହୋଇଥିଲା। ଏହି କର୍ମଶାଳା ୨ଦିନ ଧରି ଚାଲିଥିବା ବେଳେ ଏହି କର୍ମଶାଳାରେ ବାଂଶଡା, ଧାମରା, ଜାଗୁଳା,ଦୋସିଙ୍ଗା,କଇଥଖୋଲା,କରଞ୍ଜମାଳ,କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତର ୭୨ଜଣ ଭିନ୍ନକ୍ଷମ,ସ୍ୱାମୀ ପରିତ୍ୟକ୍ତା,ବିଧବା ମହିଳାମାନେ ଯୋଗ ଦେଇଥିବା ବେଳେ କାର୍ୟ୍ୟକ୍ରମକୁ ସମାଜସେବୀ ତଥା ପ୍ରକୃତବନ୍ଧୁ ଶରତ ଦଳେଇ ପରିଚାଳନା କରିଥିଲେ।  ଅନ୍ୟ ମାନଙ୍କ ମଧ୍ୟରେ କୃପାସିନ୍ଧୁ ବେହେରା,ଯଦୁମଣୀ ଦାସ, ଅମୂଲ୍ୟ ମହାଳିକ,କରୁଣାକର ସାହୁ,ତପନ କୁମାର କର ,ଜିଲ୍ଲ।ସଂପାଦକ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଶେଷରେ ତପନ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories