ମୁମ୍ବଇ : ମନୋରଞ୍ଜନ ଜଗତର ପ୍ରସିଦ୍ଧ କଳାକାର ୟୁସୁଫ୍ ହୁସେନ୍ ଙ୍କ ଆଜି ପରଲୋକ ହୋଇଛି। ପ୍ରସିଦ୍ଧ ନିର୍ଦ୍ଦେଶକ ହଂସଲ୍ ମେହେତା ଏହି ଦୁଃଖଦ ଘଟଣା ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ୟୁସୁଫ ହୁସେନ୍ଙ୍କୁ ହଂସଲ୍ ମେହେତା ଅତ୍ୟନ୍ତ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ‘ସହିଦ’ ଚଳଚ୍ଚିତ୍ର ୨ଟି ପର୍ଯ୍ୟାୟ ସୁଟିଂ ପୂରଣ କରିସାରିବା ପରେ ଅଟକି ଯାଇଥିଲୁ । ଏପରି ପରିସ୍ଥିତିରେ ୟୁସୁଫ୍ ମୋ ନିକଟକୁ ଆସିଥିଲେ ସେ ମୋତେ ଜମା କରିଥିବା ଟଙ୍କା ଦେଇଥିଲେ। ସେ ମୋର ଶ୍ୱଶୁର ନୁହଁନ୍ତି ବରଂ ବାପା ’।
ୟୁସୁଫ ହୁସେନ୍ ବିବାହ , ଧୁମ୍ ୨, ଖୋୟା ଖୋୟା ଚାନ୍ଦ ଏବଂ ରୋଡ ଟୁ ସଙ୍ଗମ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ତାଙ୍କ ମୃତ୍ୟୁ ଖବର ସମଗ୍ର ଚଳଚ୍ଚିତ୍ର ଜଗତକୁ ଏବଂ ପ୍ରଶଂସକଙ୍କୁ ଗଭୀର ଆଘାତ ଦେଇଛି। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ ତାରକାମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ପରଲୋକରେ ମନୋରଞ୍ଜନ ଜଗତର ପ୍ରସିଦ୍ଧ କଳାକାର ୟୁସୁଫ୍ ହୁସେନ୍
Popular Categories



