www.samajalive.in
Thursday, December 11, 2025
15.1 C
Bhubaneswar

ଆଜି ମୁକୁଳିବେ ଆର୍ଯ୍ୟନ୍‌

ମୁମ୍ବଇ : ଜାମିନ ସଂକ୍ରାନ୍ତ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆର୍ଯ୍ୟନ୍‌ ଖାଁ ଶୁକ୍ରବାର କାରାଗାରରୁ ମୁକୁଳି ପାରି ନାହାନ୍ତି। ଆର୍ଥର ରୋଡ୍‌ କାରାଗାରରେ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ମୁକ୍ତି ସଂକ୍ରାନ୍ତ ନଥିପତ୍ର (ମେମୋ) ଦାଖଲ କରାଯିବାର ଥିଲା; କିନ୍ତୁ ଏହା ସମ୍ଭବ ନ ହେବାରୁ ଆର୍ଯ୍ୟନ୍‌ଙ୍କ ଘର ବାହୁଡ଼ା ଅଟକିଯାଇଛି। ଅଭିନେତା ଶାହରୁଖ ଖାଁ ଓ ତାଙ୍କ ସହଯୋଗୀମାନେ ଆର୍ଯ୍ୟନ୍‌ଙ୍କୁ ଘରକୁ ଆଣିବା ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି। ଏଥିପାଇଁ ତାଙ୍କୁ ଶନିବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୋଇଛି। ଗୁରୁବାର ବମ୍ବେ ଉଚ୍ଚ ନ୍ୟାୟାଳୟ ଆର୍ଯ୍ୟନ୍‌, ତାଙ୍କ ବନ୍ଧୁ ଅର୍ବାଜ୍‌ ମର୍ଚ୍ଚାଣ୍ଟ ଏବଂ ମଡେଲ ମୁନ୍‌ମୁନ୍‌ ଧମେଚାଙ୍କୁ ଜାମିନ ପ୍ରଦାନ କରିଥିଲେ; କିନ୍ତୁ ଏହାର ସର୍ତ୍ତାଳବୀ ଧାର୍ଯ୍ୟ କରି ନ ଥିଲେ। ଶୁକ୍ରବାର ଏହି ପ୍ରକ୍ରିୟା ଶେଷ ହେବାକୁ ସମୟ ଲାଗିଥିଲା। ନ୍ୟାୟାଳୟ ଆର୍ଯ୍ୟନ୍‌ଙ୍କ ମୁକ୍ତି ପାଇଁ ୧୪ଟି ସର୍ତ୍ତ ଧାର୍ଯ୍ୟ କରିବା ପରେ ସେହି ଅନୁସାରେ ଅଭିନେତ୍ରୀ ଜୁହି ଚାୱଲା ଜାମିନଦାର ଭାବେ ତାଙ୍କ ପାଇଁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏନ୍‌ଡିପିଏସ୍‌ ଅଦାଲତରେ ଜିମା କରିଥିଲେ। ଆର୍ଯ୍ୟନ୍‌ଙ୍କ ଓକିଲ ଉଚ୍ଚ ନ୍ୟାୟାଳୟରୁ ପ୍ରମାଣିକ ଜାମିନ ଆଦେଶ ନେଇ ଏନ୍‌ଡିପିଏସ୍‌ ଅଦାଲତରେ ଉପସ୍ଥାପନ କରିଥିଲେ; କିନ୍ତୁ ସମସ୍ତ ଯାଞ୍ଚ ପରେ ମୁକ୍ତି ନିର୍ଦେଶ ପ୍ରଦାନରେ ବିଳମ୍ବ ଘଟିବାରୁ ଆର୍ଯ୍ୟନ୍‌ଙ୍କୁ ଆଉ ଗୋଟିଏ ରାତି କାରାଗାରରେ ବିତାଇବାକୁ ପଡ଼ିଛି। ଗୁରୁବାର ଜାମିନ ପାଇଥିବା ଅର୍ବାଜ ଓ ମୁନ୍‌ମୁନ୍‌ଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ହୋଇଛି। ବିଚାରପତି ନୀତିନ୍‌ ଡବ୍ଲ୍ୟୁ ସା​‌େ​‌ମ୍ବ୍ରଙ୍କ ଦ୍ବାରା ଧାର୍ଯ୍ୟ ୫ପୃଷ୍ଠାର ଜାମିନ ଆଦେଶ ଓ ସର୍ତ୍ତାବଳୀ ଅନୁସାରେ ଆର୍ଯ୍ୟନ୍‌ଙ୍କ ପାଇଁ ଦୁଇ ଜଣ ଜିମା ରହିବେ ଓ ୧ଲକ୍ଷ ଟଙ୍କା ଲେଖାଏଁ ମୁଚାଲିକା ଜମା କରିବେ। ଆର୍ଯ୍ୟନ୍‌ ତାଙ୍କ ପାସପୋର୍ଟ ସମର୍ପଣ କରିବେ, ଅଦାଲତର ବିନା ଅନୁମତିରେ ଦେଶ ଛାଡ଼ି ବାହାରକୁ ଯିବେ ନାହିଁ, ମାମଲା ପ୍ରସଙ୍ଗରେ ସର୍ବସାଧାରଣରେ କୌଣସି ମନ୍ତବ୍ୟ ଦେବେ ନାହିଁ, ଯେଉଁ ଅଭିଯୋଗରେ ସେ ଗିରଫ ହୋଇଥିଲେ ସେଭଳି ଅପରାଧର ପୁନରାବୃତ୍ତି କରିବେ ନାହିଁ, ସାକ୍ଷୀଙ୍କୁ ପ୍ରଭାବିତ କୌଣସି ମତେ କରିବେ ନାହିଁ, ଅନ୍ୟ ଅଭିଯୁକ୍ତଙ୍କ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ରଖିବେ ନାହିଁ, ପ୍ରତି ଶୁକ୍ରବାର ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ପକାଇବେ, ଧାର୍ଯ୍ୟ ତାରିଖରେ ଅଦାଲତରେ ହାଜର ହେବେ, ମୁମ୍ବଇ ବାହାରକୁ ଗଲେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବେ। କୌଣସି ଗୋଟିଏ ସର୍ତ୍ତ ଉଲ୍ଲଙ୍ଘନ ହେଲେ ଜାମିନ ବାତିଲ ହେବ। ଉପରୋକ୍ତ ଦୁଇ ଜଣଙ୍କ ପାଇଁ ମଧ୍ୟ ସମାନ ଜାମିନ ସର୍ତ୍ତାବଳୀ ଧାର୍ଯ୍ୟ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories