www.samajalive.in
Wednesday, December 10, 2025
26.1 C
Bhubaneswar

ରହିପାରେ ବାଣଫୁଟା ଓ ଦୀପାବଳି କଟକଣା

ଭୁବନେଶ୍ୱର : ଆଗକୁ ଆସୁଛି ଦେବ ଦୀପାବଳି ପର୍ବ। ଜନଗହଳି ଲାଗିବା ସାଙ୍ଗକୁ ବାଣ ଫୁଟିବ। ସଂକ୍ରମଣ ବଢ଼ିବା ଆଶଙ୍କା କରି ସରକାରୀ କଟକଣା ବଳବତ୍ତର ରହିବ। ଅନ୍ୟପକ୍ଷରେ ରାଜ୍ୟରେ ସଂକ୍ରମଣ ଏବେ କ୍ରମାଗତ ହ୍ରାସ ପାଉଛି। ସେପ୍ଟେମ୍ବରରେ ଦୈନିକ ସଂକ୍ରମଣ ୫୦୦ ଉପରେ ରହୁଥିବାବେଳେ ଏବେ ଏହା ୩୬୫କୁ ଖସିଛି। ସେହିପରି କରୋନା ଦୈନିକ ମୃତ୍ୟୁ ହ୍ରାସ ପାଇ ୩ରେ ପହଞ୍ଚିଲାଣି । ଏହାସତ୍ତ୍ବେ ଦୀପାବଳିର ଜନଗହଳିପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାରେ ସାମାନ୍ୟ କୋହଳ କରି ଉକ୍ତଦିନ ନିଷେଧାଦେଶ ଜାରି ରଖିପାରନ୍ତି। ଆସନ୍ତାକାଲି ଏନେଇ ସରକାରୀସ୍ତରରେ ଚୂଡାନ୍ତ ନିଷ୍ପତ୍ତି ପରେ ଘୋଷଣା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଗୋଟିଏପଟେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ କରୋନା ସ୍ଥିତିରେ ଉନ୍ନତି ଆସିଛି। ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ଅଧିକ ରହୁଥିଲେ ହେଁ ନିୟନ୍ତ୍ରଣ ଭିତରେ ରହିଛି। ଅନ୍ୟପକ୍ଷରେ କୋଭିଡ଼ ହସ୍ପିଟାଲରେ ଶଯ୍ୟା ଚାହିଦା ସେତେଟା ନାହିଁ। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁନାହିଁ। ଆଗକୁ ଆସୁଥିବା ଦୀପାବଳିରେ ଅମାନିଆ ନ ହୋଇ ନିୟମ ପାଳନ କଲେ ସ୍ଥିତି ଭଲ ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦେଶକ ଡାକ୍ତର ସି ବି କେ ମହାନ୍ତି ରାଜ୍ୟବାସୀଙ୍କ ମନରେ ଟିକିଏ ଛନକା ଭରି ଦେଇଛନ୍ତି। ସେ କହିଛନ୍ତି, ଆଗକୁ ଦୀପାବଳି ଅଛି। ଏହା ପାର୍ବଣର ସମୟ। ଏଣୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଆମ ସଂସ୍କୃତିରେ ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି। ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ହୁଏ। ବାୟୁ ପ୍ରଦୂଷଣ ହେଲେ ଗୁଡ଼ାଏ ‘ଟକ୍ସିକ୍‌’ ପଦାର୍ଥ ବାୟୁମଣ୍ଡଳକୁ ଯାଏ। ଯାହାକି ମଣିଷ ପକ୍ଷେ କ୍ଷତିକାରକ ହୋଇଥାଏ। ସର୍ବେକ୍ଷଣ କହୁଛି ଯେ, ବାଣ ଫୁଟାଇଲେ ‘ନାଇଟ୍ରିକ୍‌ ଡାଇଅକ୍ସାଇଡ୍‌’ ବାହାରିଥାଏ। ଯାହାକି କରୋନା ଭୂତାଣୁ ବୃଦ୍ଧିରେ ସାହାଯ୍ୟ କରିଥାଏ। ତେଣୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ମାର୍ଗଦର୍ଶିକା ମାନି ଚଳିଲେ କରୋନା ଭୟ ରହିବନାହିଁ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories