www.samajalive.in
Thursday, December 11, 2025
15.1 C
Bhubaneswar

ୟୁରୋପୀୟ ସଂଘ ସହ ବଢ଼ିବ ଆର୍ଥିକ ସମ୍ପର୍କ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ତିନିଦିନିଆ ଇଟାଲୀ ଗସ୍ତରେ ଯାଇଛନ୍ତି। ଶୁକ୍ରବାର ମୋଦୀ ଇଟାଲୀର ରୋମରେ ପହଞ୍ଚିବା ପରେ ‘ପିଆଜାଗାନ୍ଧୀ’ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିଥିଲେ। ରୋମ୍‌ରେ ପହଞ୍ଚିବା ପରେ ମୋଦୀଙ୍କୁ ଭାରତୀୟମାନେ ସ୍ବାଗତ କରିବା ସହିତ ସଂସ୍କୃତ ଓ ଗୁଜରାଟୀ ଭାଷାରେ ତାଙ୍କ ସହିତ କଥା ହୋଇଥିଲେ। ‘ନରେନ୍ଦ୍ର ଭାଇ କେମ୍‌ ଛୋ’ ବୋଲି ରୋମରେ ମୋଦୀଙ୍କୁ ଭାରତୀୟମାନେ ପଚାରି ଥିଲେ। ଏହା ସହିତ ଲୋକେ ମୋଦୀ ମୋଦୀ, ଭାରତ ମାତା କି ଜୟ, ଓମ୍ ନମଃ ଶିବାୟ ନାରା ଦେଇଥିଲେ। କେତେକ ଭାରତୀୟ ଗୋଷ୍ଠୀ ସଂସ୍କୃତ ମନ୍ତ୍ର ଉଚ୍ଚାରଣ କରିଥିଲେ। ମୋଦୀ ତାଙ୍କର ଇଟାଲୀ ଗସ୍ତ କାଳରେ ୧୬ତମ ଜି-୨୦ ସମ୍ମିଳନୀରେ ବିଶ୍ବ ଅର୍ଥନୀତି, କରୋନା ମହାମାରୀରୁ ମୁକ୍ତି, ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗରେ ବିଶ୍ବ ନେତାଙ୍କ ସହିତ ଆଲୋଚନା କରିବେ।

ରୋମ୍‌ର ‘ପିଆଜାଗାନ୍ଧୀ’ଠାରେ ଭାରତୀୟଙ୍କ ଗହଣରେ ମୋଦୀ

ଜି-୨୦ ସମ୍ମିଳନୀ ପୂର୍ବରୁ ମୋଦୀ ଶୁକ୍ରବାର ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲସ ମିଚେଲ ଓ ୟୁରୋୟୀୟ ଆୟୋଗର ଅଧ୍ୟକ୍ଷା ଉର୍ସୁଲା ଭେନ୍‌ ଡେର ଲେୟେନଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା କାଳରେ ୟୁରେପୀୟ ସଂଘ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ସମ୍ପର୍କକୁ ଦୃଢ କରିବା ନେଇ ଆଲୋଚନା ହୋଇଛି। ବିଶେଷକରି ୟୁରୋପୀୟ ସଂଘ ରାଷ୍ଟ୍ର ସହିତ ଭାରତର ଅର୍ଥନୈତିକ ଓ ବ୍ୟକ୍ତି-ବ୍ୟକ୍ତି ସମ୍ପର୍କକୁ ମଜଭୁତ କରିବା ଦିଗରେ ସଫଳ ଆଲୋଚନା ହୋଇଛି। ୨୦୨୦ରେ ଭାରତ-ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ବାଣିଜ୍ୟ କାରବାର ଉତ୍ତମ ରହିଥିଲା। ଭାରତ ପାଇଁ ୟୁରୋପୀୟ ସଂଘ ୧୦ମ ବୃହତ ବାଣିଜ୍ୟିକ ସହଯୋଗୀ ଥିଲା। ଉଭୟଙ୍କ ମଧ୍ୟରେ ୬୫୩୦କୋଟି ୟୁରୋ ମୂଲ୍ୟର ବାଣିଜ୍ୟ କାରବାର ହୋଇଥିଲା। ୨୦୨୦ ଜୁଲାଇରେ ହୋଇଥିବା ୧୫ତମ ଭାରତ-ଇୟୁ ସମିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ୟୁରୋପୀୟ ପରିଷଦ ଓ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ସାମିଲ ହୋଇଥିଲେ। ୟୁରୋପୀୟ ସଂଘରେ ୨୭ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି। ଇଟାଲୀରେ ଜି-୨୦ ସମ୍ମିଳନୀ ଯୋଗ ଦେବା ପରେ ମୋଦୀ ଭାଟିକାନ ସିଟିରେ ପୋପ୍ ଫ୍ରାନ୍‌ସିସ୍‌ଙ୍କୁ ଭେଟିବେ। ଏହା ପରେ ସେ ଇଟାଲୀରୁ ବ୍ରିଟେନ ଅଭିମୁଖେ ଗସ୍ତ କରିବେ। ନଭେମ୍ବର ୧ ଓ ୨ ତାରିଖ ଦୁଇଦିନ ସେ ଗ୍ଲାସ୍‌ଗୋରେ ଅନୁଷ୍ଠିତ ଜଳବାୟୁ ସମିତିରେ ଯୋଗଦେବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories