www.samajalive.in
Saturday, December 13, 2025
26.1 C
Bhubaneswar

ନଭେମ୍ବର ସୁଦ୍ଧା ୧୧ ହଜାର ୫ ଶହ ଶିକ୍ଷକଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ବର : ରାଜ୍ୟରେ ଦୀର୍ଘଦିନ ଧରି ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ-ଶିକ୍ଷୟିତ୍ରୀ ପଦ ପୂରଣ ହେବ। ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ପରୀକ୍ଷା ଶେଷ ହୋଇଛି। ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତ ପାଇଁ ଦୁଇଟି ପର୍ଯ୍ୟାୟରେ ହୋଇଥିବା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ଜରିଆରେ ପ୍ରାୟ ୪୪ ହଜାର ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି। ଯୋଗ୍ୟ ବିବେଚିତ ଶିକ୍ଷକ-ଶିକ୍ଷୟିତ୍ରୀକଙ୍କୁ ରୂପାନ୍ତରିତ ଓ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ। ରାଜ୍ୟରେ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ଶିକ୍ଷାନୁଷ୍ଠାନରେ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦିଆଯିବ। ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଚଳିତବର୍ଷ ନଭେମ୍ବର ସୁଦ୍ଧା ବିଭିନ୍ନ ବିଦ୍ୟାଳୟରେ ପ୍ରାୟ ୧୧,୫୦୦ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories