www.samajalive.in
Sunday, December 14, 2025
15.1 C
Bhubaneswar

ସୁନ୍ଦରଗଡ଼ରେ ଏମ୍‌ସ ପ୍ରତିଷ୍ଠା ଦାବି କଲେ ନବୀନ

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଦାବି ଦୋହରାଇଛନ୍ତି। ଗୁରୁବାର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରେ ଏମ୍‌ସ ପ୍ରତିଷ୍ଠା ସମ୍ପର୍କରେ ଦୃଷ୍ଟିଆକର୍ଷଣ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏନ୍‌ଟିପିସି ପକ୍ଷରୁ ସୁନ୍ଦରଗଡ଼ଠାରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ସାଙ୍ଗକୁ ଉକ୍ତ ପରିସରରେ ୧୦୦ ସିଟ୍ କ୍ଷମତା ବିଶି‌ଷ୍ଟ ଡାକ୍ତରଖାନା ଓ ମହାବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିଛି। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କଠାରେ ଦାବି ଉପସ୍ଥାପନ କରାଯାଇଥିଲେ ହେଁ ପ୍ରସ୍ତାବ କେନ୍ଦ୍ରର ବିଚାରାଧୀନ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ସୁନ୍ଦରଗଡ଼ର ଭୂମିକା ଯେତିକି ରହିଛି ତା’ଠାରୁ ଇସ୍ପାତ ଓ ଲୌହ ଉତ୍ପାଦନରେ ଅଧିକ ଗୁରୁତ୍ବ ରହିଛି। କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ରାଜ୍ୟର ଦାବି ଦୀର୍ଘଦିନର ହୋଇଥିବାରୁ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଳଚେରଠାରେ ମହାନଦୀ କୋଲଫିଲ୍ଡ ଲି. ପକ୍ଷରୁ ଭେଷଜ ମହାବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସରିଛି। ଏଠାରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସାଙ୍ଗକୁ ୧୦୦ ସିଟ୍ କ୍ଷମତା ବିଶିଷ୍ଟ ମହାବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେନ୍ଦ୍ର ସରକାରଙ୍କ ଅନୁମତି ମିଳିଲେ ଢେଙ୍କାନାଳ ଓ ଅନୁଗୋଳ ଅଞ୍ଚଳର ଲୋକେ ସ୍ବାସ୍ଥ୍ୟସେବା ହାତ ପାଆନ୍ତାରେ ପାଇପାରିବେ। ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ଶକ୍ତି ଉପକର (କ୍ଲିନ୍‌ ଏନର୍ଜି ସେସ୍‌) ପ୍ରସଙ୍ଗ ଉଠାଇବା ସହିତ ଓଡ଼ିଶାରୁ ଆଦାୟ ହେଉଥିବା ଏହି ଉପକର ବାବଦରୁ ୬୦% ପ୍ରଦାନ ପାଇଁ ଦାବି କରିଥିଲେ। ୨୦୨୦-୨୧ ବର୍ଷରେ ଓଡ଼ିଶା‌େ‌ର ୧୫୩.୮୫ ନିୟୁତ ଟନ୍ କୋଇଲା ଉତ୍ପାଦନ ହୋଇଛି ଯାହା ଦେଶର ମୋଟ ଉତ୍ପାଦନର ୨୫ ପ୍ରତିଶତ। ଭାରତ ସରକାର ପ୍ରତି ଟନ୍ କୋଇଲା ପିଛା ୪୦୦ଟଙ୍କାର ସେସ୍ ହିସାବରେ ବାର୍ଷିକ ୫୦ହଜାର କୋଟି ଟଙ୍କାରୁ ଅଧିକ ଆଦାୟ କରୁଛନ୍ତି। ଯଦି ସମୁଦାୟ ସେସ୍ ଆଦାୟର ୬୦ପ୍ରତିଶତ ଓଡ଼ିଶାକୁ ପ୍ରଦାନ କରନ୍ତି ତେବେ ରାଜ୍ୟକୁ ୩୦ହଜାର କୋଟି ଟଙ୍କା ମିଳିପାରନ୍ତା। ଉକ୍ତ ଅର୍ଥ ଖଣିଜ ଅଞ୍ଚଳବାସୀଙ୍କ ଅର୍ଥନୈତିକ ବିକାଶରେ ବିନିଯୋଗ ହୋଇପାରିବ। ଏହାଛଡ଼ା କୋଭିଡ ପରବର୍ତ୍ତୀ ପରିସ୍ଥିତିରେ ଓଡ଼ିଶାର ବିକାଶକୁ ଏହା ତ୍ବରାନ୍ବିତ କରିପାରିବ।
ଏହି ଅବସରରେ କେନ୍ଦ୍ର ରେଳବାଇ, କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories