www.samajalive.in
Saturday, December 6, 2025
23.1 C
Bhubaneswar

ମିଶୱା ଉଲ୍‍ ହକଙ୍କ ସ୍ଥାନ ନେଇପାରନ୍ତି ଗ୍ୟାରୀ କିର୍ଷ୍ଟେନ; ପାକିସ୍ତାନ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ହେବେ

ଇସଲାମାବାଦ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ କୋଚ ଗ୍ୟାରୀ କିର୍ଷ୍ଟେନ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ପାଇଁ ଜଣେ ଅନ୍ୟତମ ମୁଖ୍ୟ ଦାବିଦାର ହୋଇଛନ୍ତି । ସଂପ୍ରତି ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‍ ଚାଲିଥିବାବେଳେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟ ତାରକା ମାଥ୍ୟୁ ହେଡେନ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ତେବେ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ହେବାକୁ କିର୍ଷ୍ଟେନଙ୍କ ସହିତ ସିମନ କାଟିଚ ଏବଂ ପିଟର ମୋରିସ ଅନ୍ୟ ଦୁଇ ଦାବିଦାର ଥିବାବେଳେ କିର୍ଷ୍ଟେନଙ୍କ ପଲା ଭାରି ରହିଥିବା ଚର୍ଚ୍ଚା ହେଉଛି । ଗତ ମାସରେ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ମିଶୱା ଉଲ ହକ୍‍ ଏବଂ ବୋଲିଂ କୋଚ ୱାକର ୟୁନିସ ଇସ୍ତଫା ଦେଇଥିଲେ । ରମିଜ ରାଜାଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯିବା ପରେ ଏହି ଦୁଇଜଣ ସେମାନଙ୍କ ପଦବୀରୁ ଓହରି ଯାଇଥିଲେ । ଚଳିତ ଟି୨୦ ବିଶ୍ୱକପ ପାଇଁ ସାକଲିନ ମୁସ୍ତାକଙ୍କୁ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କୋଚ ଏବଂ ହେଡେନଙ୍କ ସହିତ ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସ ବୋଲର ଭେର୍ଣ୍ଣନ ଫିଲାଣ୍ଡରଙ୍କୁ କୋଚିଂ ଦଳର ସଦସ୍ୟ ଭାବରେ ନିଆଯାଇଛି । ଯାହା ଜଣାଯାଇଛି, ଜଣେ ବିଦେଶୀ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ଦାୟିତ୍ୱ ସମ୍ଭାଳିବା ରମିଜ ରାଜା ଚାହୁଁଛନ୍ତି । ପୂର୍ବରୁ କିର୍ଷ୍ଟେନ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ଭାବରେ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ତାହା ପରବର୍ତ୍ତୀ ସମୟରେ ସେ ଦକ୍ଷିଣ ଆଫ୍ରିକାର ଜାତୀୟ କ୍ରିକେଟ ଦଳ, ହୋବର୍ଟ ହରିକେନ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଦିର ମୁଖ୍ୟ କୋଚ ଭାବରେ କାର୍ଯ୍ୟ କରିସାରିଛନ୍ତି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories