www.samajalive.in
Sunday, December 14, 2025
23.1 C
Bhubaneswar

କାବେରୀ ଶଙ୍କର ଧାନ ବିକ୍ରେତାଙ୍କ ବନ୍ଧୁ ମିଳନ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବାଲିବନ୍ଧ ପଞ୍ଚାୟତର ରଜାବସା ଠାରେ କାବେରୀ ଶଙ୍କର ଧାନ ବିକ୍ରେତାମାନଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାବେରୀ ଶଙ୍କର ଧାନ କିପରୀ ଚଳିତ ବର୍ଷ ଝୁମ୍ପୁରା ବ୍ଲକରେ ହୋଇଛି ବିକ୍ରେତାମାନେ ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା କାବେରୀ ଶଙ୍କର ଧାନର କ୍ଷେତ୍ର ପରିଦର୍ଶନ କରିବା ସହିତ ଏହି ଧାନକୁ କିପରି କରାଯାଇ ପାରିଲେ ଅଧିକ ଅମଳ ହୋଇ ପାରିବ ସେ ସମ୍ପର୍କରେ ବିକ୍ରେତାମାନେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ଶଙ୍କର ଧାନ ତୁଳନାରେ କାବେରୀ ଧାନରେ ଅଧିକ ଶସ୍ୟ ରହିବା ସହିତ ଧାନର ଓଜନ ପରିମାଣ କିପରି ରହିଛି ଓ ଚାଷୀମାନେ ଏହି ଧାନକୁ ଚାରା ଦେବା ଦିନ ଠାରୁ କେତେ ଦିନରେ ରୋପଣ କଲେ ଅଧିକ ଲାଭବାନ ହୋଇ ପାରିବେ ଏବଂ ତା ସହିତ ଧାନ ଗଛରେ କେଉଁ କେଉଁ ରାସାୟନିକ ସାର ଗଛ ଲାଗିବାର କେତେ ଦିନରେ ପ୍ରୟୋଗ କରାଯିବ, ସେ ବିଷୟରେ ଆଲୋଚନା କରିଛନ୍ତି।

ଚଳିତ ବର୍ଷ କାବେରୀ ଶଙ୍କର ବିହନ ଧାନ ଯେତିକି ବିକ୍ରି ହୋଇଛି ତାର ଦୁଇ ଗୁଣା ଅଧିକ ଆସନ୍ତା ଖରିଫ ଋତୁରେ ବିହନ ଧାନ କିଭଳି ବିକ୍ରି କରାଯିବ ସେ ସମ୍ପର୍କରେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା କମ୍ପାନୀର ଅଧିକାରୀମାନେ ବିକ୍ରେତାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବନ୍ଧୁ ମିଳନ ଉତ୍ସବରେ କାବେରୀ ଶଙ୍କର ଧାନର ଅଧିକାରୀ ଆର ଏମ୍‍ ଅଶୋକ କୁମାର ମହାନ୍ତି, ଟିଏସ୍‍ଏଲ ପ୍ରଭାତ ରଞ୍ଜନ ସାହୁ ଡିଲର ରଞ୍ଜନ କୁମାର ଗୁପ୍ତା, ବିକ୍ରେତା ବାବୁଲା ମହାନ୍ତ, ବିଜୟ ବାରିକ, ମହେନ୍ଦ୍ର ମହାନ୍ତି, ଯୋଗେଶ୍ୱର ମହାନ୍ତ, କେଶବ ମହାନ୍ତ, ସୁଦାମ ସାହୁ ପ୍ରମୁଖ ଯୋଗଦାନ କରି କାବେରୀ ଧାନ ବିକ୍ରେତାମାନଙ୍କୁ ଏହି ଧାନର ଗୁଣବତ୍ତା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ଏହି ବନ୍ଧୁ ମିଳନକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ପଦ୍ମନାଭ ମହାନ୍ତ, ଉମେଶ ଚନ୍ଦ୍ର ଗିରି, ସୁଶିଲ ମହାନ୍ତ, ଦେବବ୍ରତ ସାହୁ, ବସନ୍ତ ମହାକୁଡ, ହୁଷିକେଶ ମହାନ୍ତ, ରାସନା ମହାନ୍ତ ପ୍ରମୁଖ। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବିକ୍ରେତାମାନଙ୍କୁ କାବେରୀ ଶଙ୍କର ଧାନ ପକ୍ଷରୁ ପୁଷ୍ପ ଗୁଚ୍ଛ ସହିତ ଉପଢୌକନ ପ୍ରଦାନ କରି ଉତ୍ସାହିତ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories