ଜାଣନ୍ତୁ, ଶନିଦେବଙ୍କ ସହ ଜଡିତ କିଛି ତଥ୍ୟ
ଶନିବାର ଦିନଟିକୁ ଶନିଦେବଙ୍କର ଦିନ ବୋଲି କୁହାଯାଇଛି। ଏହିଦିନରେ ଶନିଦେବଙ୍କ ସହ ଅଶ୍ୱତ୍ଥ ବୃକ୍ଷ ଓ ହନୁମାନଙ୍କୁ ପୂଜା କରିବା ଶୁଭ ହୋଇଥାଏ। ଶନିଦେବଙ୍କୁ ଗ୍ରହମାନଙ୍କ ମଧ୍ୟରେ ପୂଜା କରାଯାଇଥାଏ। କାରଣ ଶନି ମଧ୍ୟ ଏକ ଗ୍ରହ ଅଟନ୍ତି।
ଶନିଦେବଙ୍କୁ କିଛି ଲୋକ ଡରି ପୂଜା କରିଥାନ୍ତି। କାରଣ ଶନିଦେବଙ୍କୁ ଅନିଷ୍ଟର କାରକ ବୋଲି କୁହାଯାଏ। ଜୀବନରେ ହେଉଥିବା ଅସୁବିଧାର କାରଣ ଶନିଦେବଙ୍କୁ କୁହାଯାଇଛି। କିନ୍ତୁ ଶନିଦେବ ମନୁଷ୍ୟକୁ ନିଜ କର୍ମ ଅନୁସାରେ ଫଳ ଦେଇଥାନ୍ତି। ଭଲ କର୍ମ ପାଇଁ ଶୁଭ ଫଳ ଦେବା ସହ ଖରାପ ପାଇଁ କୋପ କରିଥାନ୍ତି। ତେଣୁ ଶନିଙ୍କୁ ନ୍ୟାୟର ଦେବତା ବୋଲି ମଧ୍ୟ କୁହାଯାଇଛି।ଶନିଦେବଙ୍କ ସହ ସମ୍ବନ୍ଧିତ କିଛି ତଥ୍ୟ:
ଶନିଦେବ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି। ତାଙ୍କ ମାତାଙ୍କ ନାମ ଛାୟା ଅଟେ। ଶନିଦେବଙ୍କୁ ମନ୍ଦା, କପିଳାକକ୍ଷା ଓ ସୌରି ନାମରେ ମଧ୍ୟ ଜଣାଯାଇଥାଏ।
ନବଗ୍ରହ ମଧ୍ୟ ଶନି ଏପରି ଏକ ଗ୍ରହ ଯିଏ ମନୁଷ୍ୟଙ୍କ ଜୀବନରେ ପ୍ରଭାବ ପକାଇଥାନ୍ତି। ଏପରି ମଧ୍ୟ କୁହାଯାଇଛି ଯେ, ଶନିଦେବ ଯେକୌଣସି ବ୍ୟକ୍ତିର ଖରାପ ପ୍ରଭାବ ମଧ୍ୟ ନଷ୍ଟ କରିବାରେ ସାହାର୍ଯ୍ୟ କରିଥାନ୍ତି।
ଶନିଦେବଙ୍କୁ ଖରାପ ଗ୍ରହ କୁହାଯାଇ ପାରିବ ନାହିଁ କାରଣ, ସେ ବ୍ୟକ୍ତିର କର୍ମ ଅନୁସାରେ ନ୍ୟାୟ ପ୍ରଦାନ କରିଥାନ୍ତି।
ଶନିଦେବ କଠିନ ପରିଶ୍ରମ, ଅନୁଶାସନ, ଉଚିତ ନିର୍ଣ୍ଣୟ ନେବା କ୍ଷମତା ରଖିଥାନ୍ତି। ତେଣୁ ସେ ମନୁଷ୍ୟର ଏହି ଗୁଣ ଦେଖି ଉଚିତ ଫଳ ଦେଇଥାନ୍ତି। ଏହି ସମସ୍ତ କ୍ଷେତ୍ରରେ ଅବହେଳା କରୁଥିବା ବ୍ୟକ୍ତିଙ୍କୁ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିଥାଏ।
ଶନିଦେବଙ୍କୁ ପୂଜା କରିବା ସମୟରେ ସର୍ବଦା ସୋରିଷ ତେଲରେ ଅଭିଷେକ କରାଇବା ଉଚିତ। ଏପରି କରିବା ଦ୍ୱାରା ସମସ୍ତ ପ୍ରକାର ବିପତ୍ତିରୁ ମୁକ୍ତି ମିଳିଥାଏ।
ମନୁଷ୍ୟର କର୍ମ ଅନୁସାରେ ଫଳ ଦେଉଥିବାରୁ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ପୂଜା କରାଯାଇଥାଏ।
ଶନିଦେବ ଭଗବାନ ଶିବଙ୍କର ପରମ ଭକ୍ତ ଅଟନ୍ତି।