ରାହୁଲଙ୍କ କୈଳାସ ଯାତ୍ରାର ଫଟୋକୁ ନେଇ ବିବାଦ

0

ନୂଆଦିଲ୍ଲୀ,୭ା୯: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପବିତ୍ର ଶୈବପୀଠ କୈଳାସ ମାନସରୋବର ଯାତ୍ରା ଉପରେ ବିରୋଧୀ ଦଳଗୁଡିକ ପ୍ରଶ୍ନ ଉଠାଇବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିରୋଧୀଙ୍କ ମୁହଁ ବନ୍ଦ କରିବା ଉଦ୍ଦେଶ୍ୟରେ କୈଳାସ ମାନସରୋବରର ପାହାଡିଆ ମାର୍ଗରେ ରାହୁଲ ଉଠାଇଥିବା କେତେକ ଫଟୋଚିତ୍ର ଓ ଭିଡିଓ କଂଗ୍ରେସ ପକ୍ଷରୁ ସାର୍ବଜନୀନ କରାଯାଇଛି। ଭିଡିଓରେ ରାହୁଲ ଏକ ଶିବିରରେ ତାଙ୍କ ସାଥୀ ତୀର୍ଥଯାତ୍ରୀଙ୍କ ସହିତ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ରାହୁଲ ଯଦି ବାସ୍ତବରେ କୈଳାସ ଯାତ୍ରା କରିଛନ୍ତି ତା’ହେଲେ ସେ କହିଁକି ସେଲ୍‍ଫି ଛାଡୁନାହାନ୍ତି ବୋଲି ବିରୋଧୀଙ୍କ ପକ୍ଷରୁ କୁହାଯାଇଥିଲା। ଏପରିକି ରାହୁଲ ଏହି ଗସ୍ତବେଳେ ହୋଟେଲରେ କୁକୁଡା ମାଂସ ଆହାର କରିଥିବା ଅଭିଯୋଗ ହୋଇଥିଲା; ଯାହାକୁ ସମ୍ପୃକ୍ତ ହୋଟେଲ କର୍ତ୍ତୃପକ୍ଷ ଅସ୍ୱୀକାର କରିଥିଲେ। ତେବେ ରାହୁଲଙ୍କର ଫଟୋଗୁଡିକ ମିଥ୍ୟା ବୋଲି ବିଜେପି ନେତା ଗିରିରାଜ ସିଂହ କହିଛନ୍ତି।

Leave A Reply