www.samajalive.in
Saturday, December 13, 2025
18.1 C
Bhubaneswar

ଆଖଣ୍ଡଳମଣିପୀଠ ମୁଖ୍ୟବଜାର ରାସ୍ତାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟି, ମଣିବାବାଙ୍କ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ଆରଡି: ପବିତ୍ର କାର୍ତ୍ତିକମାସ ସୋମବାରରେ ଶୈବପୀଠ ଆରଡିଧାମରେ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ ହଠାତ ଦେଖା ଦେଇଥିଲା ବଡ ଅଘଟଣ। ପୀଠର ମୁଖ୍ୟବଜାର ଗୁଡିଆସାହି ନିକଟରେ ଥିବା ବିଦ୍ୟୁତ ଖୁଣ୍ଟର ମୂଳ ଦୁର୍ବଳ ଥିବାରୁ ଏକ ପକ୍କାଘରେ ଭାଙ୍ଗି ପଡିଥିଲା ଏବଂ ଏହାପରେ ସେଠାରୁ ବିଦ୍ୟୁତ ତାରରୁ ନିଆଁ ହୁଳା ଖସିଥିଲା। ଫଳରେ ପ୍ରାୟ ୫ଘଣ୍ଟା ଧରି ବିଦ୍ୟୁତ ସରାବରାହ ବନ୍ଦ ରହିଥିଲା। ପବିତ୍ର ସୋମବାରରେ ମନ୍ଦିର ପରିସର ଅନ୍ଧାର ରହିବା ଦ୍ବାରା ଶହସ୍ରାଧିକ ଭକ୍ତ ମଣିବାବାଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ମଣିବାବାଙ୍କ ମଧ୍ୟାହ୍ନ ଧୂପନୀତି ଓ ଜଳଲାଗି ପୁଷ୍କରିଣୀ ପାଣିରେ କରାଯାଇଥିଲା। ଏହାସହିତ ଭକ୍ତ ଓ ସ୍ଥାନୀୟ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବିଦ୍ୟୁତ ଖୁଣ୍ଟଟି ଦୀର୍ଘଦିନ ହେବ ଦୁର୍ବଳ ରହିଥିଲା। ଉକ୍ତ ଖୁଣ୍ଟିକୁ ଆଉ ଦୁଇଟି ଖୁଣ୍ଟି ଦ୍ବାରା ସହାୟତାରେ ଦୁର୍ବଳ ଖୁଣ୍ଟିକୁ ମଜଭୁତ କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ବିଦ୍ୟୁଖୁଣ୍ଟର ତଳଭାଗ ନଷ୍ଟ ହୋଇଯିବା ସହ ଅତି ଦୁର୍ବଳ ହୋଇଥିଲା ଏବଂ ଆଜି ତାହା ଭାଙ୍ଗି ଯାଇଥିଲା। ଦୀର୍ଘ ୫ଘଣ୍ଟା ପରେ ଶାଆଁଳପୁର ଫିଡରର କନିଷ୍ଠଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଅସ୍ଥାୟୀ ଭାବେ ବିଦ୍ୟୁତ ଖୁଣ୍ଟି ମରାମତି କରିଥିଲେ। ଏପରି ଅସ୍ଥାୟୀ ମରାମତି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ୧୨ଘଣ୍ଟା ମଧ୍ୟରେ ସ୍ଥାୟୀ ବିଦ୍ୟୁତ ଖୁଣ୍ଟି ସ୍ଥାପନ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ। ଏହାସହ ସମସ୍ତ ଅସୁରିକ୍ଷିତ ବିଦ୍ୟୁତ ଖୁଣ୍ଟର ସ୍ଥାୟୀ ମରାମତି କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories