www.samajalive.in
Thursday, December 11, 2025
23.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ତାରିଣୀ ଚରଣ ପଣ୍ଡାଙ୍କର ପରଲୋକ

ବ୍ରହ୍ମପୁର :  ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପୂର୍ବତନ ପ୍ରଫେସର ତଥା ଓଡ଼ିଶା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷ ତାରିଣୀ ଚରଣ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ଗତ ଶନିବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ପଣ୍ଡା ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ଗଣିତରେ ଏମ୍‌ଏସ୍‌ସି ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ । ସେ ବ୍ରହ୍ମପୁର ନିବାସୀ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବଳରାମ ପଣ୍ଡାଙ୍କ ଜ୍ୟେଷ୍ଠ ପୁତ୍ର ଏବଂ କଟକ ନିବାସୀ ହୃଷିକେଶ ମିଶ୍ରଙ୍କ ତୃତୀୟ ଜ୍ୱାଇଁ ଥିଲେ ।

୧୯୬୮ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ପରେ ପ୍ରଧ୍ୟାପକ ଏବଂ ଗଣିତ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ । ସେ ୨୦୦୬ରେ ଅବସର ଗ୍ରହଣ କରିଥିଲେ । ଶ୍ରୀ ପଣ୍ଡା ବେଶ୍‌ ଛାତ୍ର ବତ୍ସଳ ଥିଲେ ।

- Advertisement -

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଅବସର ପରେ ମିଜୋରାମ୍‌ରେ ଥିବା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ପ୍ରତିଷ୍ଠାତା ପ୍ରଧ୍ୟାପକ ଭାବେ ଯୋଗ ଦେଇଥିଲେ । ପରେ ଓଡ଼ିଶା ଇଂଜିନିୟରି କଲେଜ୍‌ରେ ୭ ବର୍ଷ କାଳ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଦେଶର ବିଭିନ୍ନ ସମ୍ମାନଜନକ ଶୈକ୍ଷିକ ସଂସ୍ଥା ସହ ଜଡ଼ିତ ଥିଲେ । ଶ୍ରୀ ପଣ୍ଡାଙ୍କ ବିୟୋଗରେ ବହୁ ବୁଦ୍ଧିଜୀବୀ ଓ ପୁରାତନ ଛାତ୍ର ଶୋକ ପ୍ରକାଶ କରିଛନ୍ତି ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories