www.samajalive.in
Saturday, December 13, 2025
26.1 C
Bhubaneswar

ମମିତା ହତ୍ୟା ଅତ୍ୟନ୍ତ ଜଘନ୍ୟ ଘଟଣା : ଡ. ମିନତୀ ବେହେରା

ଭବାନୀପାଟଣା : ବହୁ ଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରିବା ପାଇଁ ଓଡିଶା ମହିଳା କମିଶନ ଅଧ୍ୟକ୍ଷା ଡ. ମିନତୀ ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କଳାହାଣ୍ଡି ଓ ବଲାଙ୍ଗିର ଦୁଇ ଦିନିଆ ଗସ୍ତରେ ଆସି ବଲାଙ୍ଗିର ଏସପି ଓ କଳାହାଣ୍ଡି ଜିଲ୍ଲା ପ୍ରଶାନ ସହିତ ଆଲୋଚନା କରିବା ସହିତ ମମିତାର ଗାଁକୁ ଯାଇ ପରିବାର ସଦସ୍ୟ ସହିତ ଆଲୋଚନା କରିବା ପରେ ମହାଲିଙ୍ଗ ଘଟଣାସ୍ଥଳ ଓ କେଗାଁ ଥାନା ପରିଦର୍ଶନ କରିଥିଲେ। ପରେ କମିଶନ ଡ. ବେହେରା ଭବାନୀପାଟଣାସ୍ଥିତ ସର୍କିଟ ହାଉସରେ  ଆମପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିଲେ ଯେ, ଏହି ଘଟଣା ଅତ୍ୟନ୍ତ ଜଘନ୍ୟ ଓ ସମ୍ବେଦନଶୀଳ।। ଆମର ସୁସ୍ଥ ସମାଜରେ ଏପରି ଅମାନୁସିକ ଘଟଣା ଘଟିବା ଅତି ନିନ୍ଦନୀୟ। ମୁଖ୍ୟ ଅଭିଯୁକ୍ତକୁ ଯେପରି ଶ୍ରୀଘ୍ର ଦଣ୍ଡିତ କରାଯିବ ସେଥିପାଇଁ ବଲାଙ୍ଗିର ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ ଫାଷ୍ଟଟ୍ରାକ କୋର୍ଟରେ  ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ପିଡୀତାର ପରିବାରକୁ ସବୁପ୍ରକାର ସୁରକ୍ଷା ଏବଂ ଆର୍ଥୀକ ସହାୟତା ପ୍ରଦାନ କରିବା ସହିତ ମହାଲିଙ୍ଗ କଲେଜ ଓ ସନ୍ସାଇନ୍ ପବ୍ଲିକ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ସହିତ ସେମାନଙ୍କ ପାଠ ପଢାରେ ଯେପରି ବ୍ୟାଘାତ ନଘଟିବ ସେଥିପ୍ରତି କଳାହାଣ୍ଡି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଥିଲେ। କିନ୍ତୁ କମିଶନ ଏହି ଘଟଣାରେ କୌଣସି ରାଜନୈତିକ ଲିଙ୍କଥିବା ଉପରେ କୌଣସି ମତାମତ ସଠିକ ଭାବେ ନଦେଇ ଏହି ପ୍ରଶ୍ନକୁ ଚତୁରତା ସହିତ ଏଡାଇ ଯାଇଥିଲେ।

କମିଶନ ଡ. ବେହେରା ନେତୃତ୍ୱରେ ଆସିଥିବା ୪ ଜଣିଆ ଟିମ୍ ପ୍ରଥମେ ଗତ ୨୨ ତାରିଖ ଦିନ ବଲାଙ୍ଗିର ଏସପିଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିବା ସହିତ ଏହି ଘଟଣାରେ ପୋଲିସ ବିଭାଗର କାର୍ଯ୍ୟର ଅଗ୍ରଗତି ଉପରେ ପଚାରି ବୁଝିଥିଲେ । ଖୁବଶୀଘ୍ର ତଦନ୍ତ ପ୍ରକ୍ରିୟା ସାରି ଅଭିଯୁକ୍ତ ଯେପରି ଖସିନଯିବ ସେଥିପାଇଁ ଯତ୍ନବାନ ସହିତ ତଦନ୍ତ କରିବାକୁ ଏସପିଙ୍କୁ ପରାମର୍ଶ ଦେଇଥିଲେ। ଏହି ମାମଲାକୁ ତୁରନ୍ତ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରାଯିବ ସେଥିପ୍ରତି ବ୍ୟବସ୍ଥା କରିବା ପାଇଁ ବଲାଙ୍ଗିର ଏସପିଙ୍କୁ କମିଶନ ଡ. ବେହେରା ପରାମର୍ଶ ଦେଇଥିଲେ। ଶନିବାର ଦିନ କମିଶନ ଡ. ବେହେରା ଓ ତାଙ୍କ ସହିତ ଆସିଥିବା ଅନ୍ୟ ଅଧିକାରୀ ମାନେ ବଲାଙ୍ଗିର ଜିଲ୍ଲାର ତୁରେଇକେଲା ବ୍ଲକର ଝରଣି ଗ୍ରାମର ମମିତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହିତ ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପରେ କମିଶନ ଘଟଣାସ୍ଥଳ ମହାଲିଙ୍ଗ ଖେଳପଡିଆ ଓ ଉକ୍ତ ସ୍କୁଲକୁ ପରିଦର୍ଶନ କରିବା ସହିତ କେଗାଁ ଥାନାକୁ ଯାଇ ଥାନାର ମହିଳା ଡେକ୍ସ କିପରି ଚାଲିଛି ସେ ସଂପର୍କରେ କେଗାଁ ଥାନା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ପରେ କମିଶନ ଡ. ବେହେରା କଡା ସୁରକ୍ଷା ଭିତରେ ଭବାନୀପାଟଣା ସାର୍କିଟ ହାଉସକୁ ଆସି କଳାହଣ୍ଡି ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ଡିଡବ୍ଲୁଓ ପ୍ରମୁଖ ଅଧିକାରୀଙ୍କ ସହିତ ପୁଙ୍ଖାପୁଙ୍ଖ ଆଲୋଚନା କରିଥିଲେ।

- Advertisement -

ପରେ ଆମ ପ୍ରତିନିଧିଙ୍କୁ କମିଶନ ଡ. ବେହେରା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ସେ ପ୍ରଥମେ ବଲାଙ୍ଗିର ଯାଇ ବଲାଙ୍ଗିର ଏସପି ନିତିନ କୁଶଲକରଙ୍କ ସହିତ ମମିତା ହତ୍ୟାକାଣ୍ଡର ତଦନ୍ତ କିପରି ଚାଲିଛି ପଚାରିବୁଝିଥିଲେ ଏବଂ ତୁରନ୍ତ ଏହି ମାମଲା ଯେପରି ଫାଷ୍ଟଟ୍ରାକ କୋର୍ଟରେ ବିଚାର କରାଯିବ ସେଥିପ୍ରତି ବଲାଙ୍ଗିର ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ କମିଶନ ଝରଣି ଗାଁ ଯାଇ ମମିତା ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଥିଲେ । ବର୍ତ୍ତମାନ ତା’ର ମାଆ ବାପା ଅତ୍ୟନ୍ତ ଦୁଃଖରେ ଅଛନ୍ତି। ମମିତା ସେହି ପରିବାରର ଏକମାତ୍ର ରୋଜଗାରିଆ ଝିଅ ଥିଲା। ପୁଅ ପାଠ ପଢି ଘରେ ଅଛି । ବର୍ତ୍ତମାନ ସେମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ସେମାନେ ବର୍ତ୍ତମାନ ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେମାନଙ୍କ ସୁରକ୍ଷା ସହିତ ସେମାନଙ୍କୁ କିରପି ଆର୍ଥିକ ସୁବିଧା ଯୋଗାଇ ଦିଆଯିବ ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ନିଜର ମତ ଦେବା ସହିତ କଳାହାଣ୍ଡି ଓ ବଲାଙ୍ଗିର ଆର୍ଥିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ଅତ୍ୟନ୍ତ ଅମାନୁସିକ ଓ ଦୁଃଖ ଦାୟକ ଘଟଣା। ଏକ ଅମୂଲ୍ୟ ଜୀବନ ନଷ୍ଟ ହୋଇଯାଇଛି। ସେଥିପାଇଁ ଯେତେ ଦୁଃଖ ପ୍ରକାଶ କଲେ ମଧ୍ୟ କମ୍ ହେବ। ମହାଲିଙ୍ଗ କଲେଜ ଓ ସ୍କୁଲରେ ପ୍ରାୟ ୧୫ଶହ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେମାନଙ୍କ ସୁରକ୍ଷା ସହିତ ସେମାନେ କିପରି ଭଲ ପରିବେଶ ଭିତରେ ପାଠ ପଢିପାରିବେ ସେଥିପ୍ରତି ଗୁରୁତ୍ୱ ସହିତ ଦୃଷ୍ଟି ଦେବାକୁ କଳାହାଣ୍ଡି ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପଛରେ କୌଣସି ରାଜନୈତିକ ଲିଙ୍କ ଅଛି କି ବୋଲି ଆମ ପ୍ରତିନିଧିଙ୍କ ପ୍ରଶ୍ନରେ କମିଶନ କୌଣସି ସଠିକ ଉତ୍ତର ନଦେଇ ଏଡାଇ ଯିବା ପାଇଁ ଚେଷ୍ଟା କରିବା ସହିତ ତଦନ୍ତ ସମୟରେ ସେପରି କୌଣସି ଠୋସ୍ ପ୍ରମାଣ ପାଇନାହାନ୍ତି । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ସରିବା ପରେ ଯାହାକିଛି ଜଣାପଡିବ ବୋଲି ପ୍ରକାଶ କରିଥିଲେ। ଏହି କମିଶନ ସହିତ ଅତିରିକ୍ତ ଏଓପି  ବିଜୟା ବରୁଆ, ଇନ୍ସିପେକ୍ଟର ସସ୍ମିତା ଦାସ ଏବଂ ଆଇନ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ଆସିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories