www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ବିକାଶ ପରିଷଦ ସର୍ବଭାରତୀୟ ଅର୍ଥ ସଚିବଙ୍କ ସତ୍ୟବାଦୀ ପରିଦର୍ଶନ

ସୁଆଣ୍ଡୋ : ଭାରତ ବିକାଶ ପରିଷଦ ସର୍ବଭାରତୀୟ ଅର୍ଥ ସଚିବ ସଂପଦ ଗୁରୁଡିଆ ଶନିବାର ସତ୍ୟବାଦୀ ଶାଖା ପରିଦର୍ଶନରେ ଆସି ଏକ ଆଲୋଚନା ସଭାରେ ଯୋଗଦେଇ ଥିଲେ । ସତ୍ୟବାଦୀ ଶାଖାର ଉନ୍ନୟନ ଓ ଜନସଚେତନତା ମୂଳକ କାର୍ଯ୍ୟକ୍ରମ ଗୁଡିକର ସମିକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ। ସତ୍ୟବାଦୀ ଶାଖା ଆଗାମୀ ଦିନରେ ଉତ୍ସାହର ସହିତ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଆଗଭର ହେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବ ପ୍ରାନ୍ତର ସାଧାରଣ ସଚିବ ପ୍ରଦୀପ୍ତ ମହାରଣା ଅର୍ଥ ସଚିବ ଦୁଃଖୀଶ୍ୟାମ ସାହୁ, ସୌମେନ୍ଦ୍ର ଦାସ, ସତ୍ୟବାଦୀ ଦାଶ ଓ ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ୫ ଜଣ ନୂତନ ସଭ୍ୟ ଶପଥ ପାଠ କରିଥିଲେ। ଶ୍ରୀ ଗୁରୁଡିଆଙ୍କ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ସତ୍ୟବାଦୀ ଶାଖା ସଂସ୍କାର ସଚିବ ବିଜୟ କୁମାର ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories