www.samajalive.in
Saturday, December 13, 2025
14.1 C
Bhubaneswar

୪୪୧ ନୂଆ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ଶୁକ୍ରବାର ଦିନକ ମଧ୍ୟରେ ୪୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୫୩ ଓ ସ୍ଥାନୀୟ ସଂକ୍ରମିତ ୧୮୮ ଅଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୫ ଜଣ ରହିଥିବା ଜଣାଯାଇଛି । ଅନୁଗୁଳ ଜିଲାରେ ୩, ବାଲେଶ୍ୱର ୬, ବରଗଡ ୫, ଭଦ୍ରକ ୧୩, ବଲାଙ୍ଗିର ୨, ବଉଦ ୪, କଟକରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୩, ଢେଙ୍କାନାଳ ୧, ଗଜପତି ୬, ଜଗତସିଂହପୁର ୧୬, ଯାଜପୁର ୧୩, କନ୍ଧମାଳ ୧, କେନ୍ଦ୍ରାପଡା ୫, କେନ୍ଦୁଝରରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୦୫, କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୧୦, ନବରଙ୍ଗପୁର ୧, ନୟାଗଡରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ନୂଆପଡାରୁ ୩, ପୁରୀ ୭, ରାୟଗଡା ୧୦, ସମ୍ବଲପୁର ୧୮, ସୁନ୍ଦରଗଡ ୧୪ ଓ ଷ୍ଟେଟପୁଲରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ରାଜ୍ୟରେ ୬୦୩ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୪୫୮୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

Hot this week

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

Related Articles

Popular Categories