www.samajalive.in
Sunday, December 14, 2025
26.1 C
Bhubaneswar

ଚୀନ ଓ ରୁଷ ପରେ ଆମେରିକା ପରୀକ୍ଷା କଲା ହାଇପରସୋନିକ ପ୍ରଯୁକ୍ତି

ୱାଶିଂଟନ: ଚୀନ ଓ ରୁଷିଆ ବିଭିନ୍ନ ସମୟରେ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବାବେଳେ ଏହି ପ୍ରତିଯୋଗିତାରେ ସାମିଲ ହୋଇଛି ଆମେରିକା । ଏଥିସହିତ ବିଶ୍ୱରେ ମାରାତ୍ମକ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ପୁନର୍ବାର ତୀବ୍ର ରୂପ ଧାରଣ କରିଛି । ଗୁରୁବାର ଦିନ ଆମେରିକା ସଫଳତାର ସହିତ ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରଯୁକ୍ତି ପରୀକ୍ଷା କରିଥିବା ଆମେରିକା ନୌବାହିନୀ ପକ୍ଷରୁ କୁହାଯାଇଛି । ନୌବାହିନୀ ଦ୍ୱାରା ଡିଜାଇନ କରାଯାଇଥିବା ଏକ ହାଇପରସୋନିକ କ୍ଷେପଣାସ୍ତ୍ରର ବିକାଶ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି, ଯେଉଁ କ୍ଷେପଣାସ୍ତ୍ରକୁ ଦେଶର ସ୍ଥଳ ଓ ବିମାନ ବାହିନୀ ମଧ୍ୟ ବ୍ୟବହାର କରିପାରିବେ । ଏହି ବିବୃତିରେ କୁହାଯାଇଛି ଯେ ପରୀକ୍ଷଣ ସମୟରେ ହାଇପରସୋନିକ ପ୍ରଯୁକ୍ତି, ସାମର୍ଥ୍ୟ ଏବଂ ଏକ ବାସ୍ତବକାଳୀନ ପରିବେଶରେ ପ୍ରୋଟୋଟାଇପ ବ୍ୟବସ୍ଥାର କାର୍ଯ୍ୟକାରିତା ଆଦି ପ୍ରଦର୍ଶିତ ହୋଇଥିଲା । ସୂଚନାଯୋଗ୍ୟ ଯେ ହାଇପରସୋନିକ କ୍ଷେପଣାସ୍ତ୍ର ଶବ୍ଦଠାରୁ ୫ଗୁଣ ଅଧିକ ବେଗରେ ଗତି କରିପାରିବ ଏବଂ ଏହା ପାରମ୍ପରିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଭଳି କାର୍ଯ୍ୟ କରିବ । ତାହାସହିତ ଏହା ବାୟୁମଣ୍ଡଳରେ ନିମ୍ନ ଉଚ୍ଚତାରେ ଥିବା ଲକ୍ଷ୍ୟକୁ ମଧ୍ୟ ଭେଦ କରିପାରିବ ଏବଂ ଏହାର ମୁକାବିଲା କରିବା କଷ୍ଟସାଧ୍ୟ । ଚୀନ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ନିକଟରେ ରୁଷ ଜିରକୋନ ନାମରେ ଏକ ହାଇପରସୋନିକ କ୍ଷେପଣାସ୍ତ୍ରକୁ ଏକ ବୁଡାଜାହାଜରୁ ପରୀକ୍ଷା କରିଛି । ୨୦୧୯ରୁ ଏହାର ହାଇପରସୋନିକ ପରମାଣୁ ଯୁଦ୍ଧାସ୍ତ୍ର ପରିବହନ କରିବାକୁ ସମର୍ଥ ଆଭାନଗାର୍ଡ କ୍ଷେପଣାସ୍ତ୍ରକୁ ଦେଶର ସାମରିକ ବାହିନୀରେ ସାମିଲ କରାଯାଇସାରିଛି । ଏହି କ୍ଷେପଣାସ୍ତ୍ର ନିଜର ଗତିପଥ ଏବଂ ଉଚ୍ଚତା ପରିବର୍ତ୍ତନ କରି ଲକ୍ଷ୍ୟସ୍ଥଳ ଭେଦ କରିବାକୁ ସମର୍ଥ । ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ୨୦୨୫ ସୁଦ୍ଧା ହାଇପରସୋନିକ କ୍ଷେପଣାସ୍ତ୍ରକୁ ମୁତୟନ କରିବାକୁ ଯୋଜନା କରିଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories