www.samajalive.in
Saturday, December 13, 2025
21.1 C
Bhubaneswar

ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଏକାଦଶ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା : ଆଜି ସେକ୍ଟର-୪ ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମସ୍ତ ନବାଗତ ଏକାଦଶ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତମ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ କ୍ୟାରିୟର ଉପରେ ସବିଶେଷ ଭାବରେ ଆଲୋଚନା କରାଯାଇ  ବିସୃତ ସୂଚନା ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ କୋଭିଡ଼ କଟକଣା ମାନି ମାସ୍କ ପରିଧାନ କରିବା ସହ ନିୟମିତ ଭାବେ ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା ।

 

- Advertisement -

ସେହିପରି ସିଏଚ୍‌ଏସଇ ପାଠ୍ୟକ୍ରମ, ୟୁଟ୍ୟୁବ କ୍ଲାସ,ଦଶମ ଶ୍ରେଣୀର ଲିଙ୍କିଙ୍ଗ କନସେପ୍ଟ, ଅଭିଭାବକ-ଶିକ୍ଷକ ଆଲୋଚନା, ନୂତନ ପରୀକ୍ଷା ପଦ୍ଧତି, ର‌୍ୟାଗିଙ୍ଗ ମୁକ୍ତ କ୍ୟାମ୍ପସ ଉପରେ ବିସୃତ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟାପକ ରଶ୍ମୀରଂଜନ ରାଉତ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମଧ୍ୟରେ ଡ. ରବିନ୍ଦ୍ର କୁମାର ଜେନା, ମନୋଜ ଦଳେଇ, କରୁଣାକର ପାଟ୍ଟଶାଣୀ, ରଶ୍ମୀପ୍ରଭା ମାଥାନ, ବନବିହାରୀ କିସାନ, ତରଣୀ ନାୟକ, ଅଜିତ ଏକ୍କା, ଅନୁପ ଏକ୍କା, ବନ୍ଦନା ସୋରେଙ୍ଗ, ତପସ୍ୱିନୀ ମିଶ୍ର, ଭାରତୀ ବରୁଆ, ବୈଜନ୍ତି ବାରିକ, ଛାତ୍ରଛାତ୍ରୀ  ଓ ଅଅଭିଭାବକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରେଡ଼କ୍ରସ ଓ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ସକ୍ରୀୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ବୈଜନ୍ତି ବାରିକ ଧନ୍ୟବାଦ ଅର୍ପଣ କରିଥିଲୋ ସେହିପରି ସେକ୍ଟର-୭ ସ୍ଥିତ ବିଜ୍ଞାନ ବ୍ଳକରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories