www.samajalive.in
Saturday, December 13, 2025
21.1 C
Bhubaneswar

ଭାରୀଯାନ ଚଳାଚଳ:ଶୋଚନୀୟ ହେଉଛି ବାଉଁଶୂଳି- ସାତକୁଟଊଣିଆ ରାସ୍ତା

ଝୁମ୍ପୁରା: ଭାରୀଯାନ ଚଳା କରିବା ପାଇଁ ନିଷେଧ ଥିବା ରାସ୍ତାରେ ବେଧକ ଭାବରେ ଭାରୀଯାନ ଚଳା ଚଳ କରୁଥିଲେ ମଧ୍ୟ ଭାରୀଯାନ ଗୁଡିକ ଉପରେ ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବାଉଁଶୂଳି ଠାରୁ ଉଖୁଣ୍ଡା ଏବଂ ଝୁମ୍ପୁରା ଠାରୁ ଉଖୁଣ୍ଡା ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ପଡୁଥିବାରୁ ଜନସାଧାରଣ ଏହି ଶୋଚନୀୟ ରାସ୍ତାରେ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେବା ସହିତ ରାସ୍ତାଟି ଖାଲ ଖମାରେ ପରିଣତ ହୋଇଯାଉଥିବାରୁ ପ୍ରତିଦିନ ଏହି ରାସ୍ତାରେ ଛୋଟ ମୋଟ ଦୁର୍ଘଟଣା ଘଟି ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଯାଉଥିବା ନଜିର ରହିଛି। ଖଣି ଅଞ୍ଚଳର ଯୋଡା, ବଡବିଲ, ବଲାଣି, ବାମେବାରୀ ଅଞ୍ଚଳରେ ରହିଥିବା ଆଇରନ ଖଣିରୁ ଭାରୀଯାନ ଗୁଡିକ ଆଇରନ ନେଇ ଜାତୀୟ ରାଜପଥ ୨୦ରେ ଯାତାୟତ କରିବା କଥା କିନ୍ତୁ ଗାଡି ଗୁଡିକ ଜାତୀୟ ରାଜପଥ ଗଲା ବେଳେ ଟୋଲ ଟ୍ୟାକ୍ସ ଦେବାକୁ ପଡୁଥିବାରୁ ଆଇରନ ବଝୋଇ ଗାଡି ଗୁଡିକ ଟୋଲ ଟ୍ୟାକ୍ସକୁ ଫାଙ୍କିବା ପାଇଁ ଝୁମ୍ପୁରା ବାଇପାଶରୁ ପଶି ବ୍ଲକରୋଡ ଦେଇ ଉଖୂୁଣ୍ଡାରେ ବାହାରୁଛନ୍ତି ଉଖୁଣ୍ଡାରୁ ସିଧା ବାଉଁଶୂଳି ରାସ୍ତାରେ ଯାତାୟତ କରୁଛନ୍ତି। ଭାରୀ ଯାନଗୁଡିକ ଏହି ରାସ୍ତାରେ ଯାତାୟତ କରିବା ଫଳରେ ରାସ୍ତାରୁ ପିଚୁ ଉଠି ଖାଲ ଖମାରେ ପରିଣତ ହୋଇଯାଉଛି। ଭାରୀଯାନ ଗୁଡିକ ଏହି ରାସ୍ତାରେ ଦ୍ରୁତ ଗତିରେ ଯାତାୟତ କରିବା ଫଳରେ ଘର ମାଲିକ ମାନଙ୍କ କୁକୁଡା , ବତକ ଠାରୁ ଆରମ୍ଭ କରି ଛେଳି ଗୁଡିକ ଉପରେ ଗାଡି ଚଢାଇ ଦେଇ ଦ୍ରୁତ ଗତିରେ ଚାଲି ଯାଉଛନ୍ତି। ଏହି ରାସ୍ତାରେ ଭାରୀ ଯାନ ଚଳାଚଳ ଉପରେ ଜିଲା ପ୍ରଶାସନ ଅଙ୍କୁଶ ଲଗାଇବା ସହିତ ଭାରୀ ଯାନ ଚଳା ଚଳ କରୁଥିବା ଗାଡିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସ୍ଥାନୀୟ ଆରକ୍ଷୀ ମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ହେଲେ ଆରକ୍ଷୀ ଅଧିକାରୀ ମାନେ ସରକାରଙ୍କ ନିର୍ଦେଶକୁ ପାଳନ କରିବା ପରିବର୍ତ୍ତ ଭାରୀ ଯାନ ଗୁଡିକ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି ଏବଂ ଗାଡିଗୁଡିକ ଚଳାଚଳ କରିବା ପାଇଁ ଅନୁମତୀ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।

 

- Advertisement -

ଝୁମ୍ପୁରା ଠାରୁ ଉଖୁଣ୍ଡା ପର୍ଯ୍ୟନ୍ତ ରାସ୍ତାର କିଛି ଅଂଶ ଝୁମ୍ପୁରା ଆରକ୍ଷୀ ଅଧିନରେ ରହିଥିବା ବେଳେ କିଛି ଅଂଶ ବାରିଆ ଆରକ୍ଷୀ ଅଧିନରେ ରହିଛି। ସେହିପରି ଉଖୁଣ୍ଡା ବାଉଁଶୂଳି ରାସ୍ତା ବାରିଆ ଆରକ୍ଷୀ ଅଧିନରେ ରହିଛି। ଭାରୀ ଯାନ ଚଳାଚଳକୁ ବନ୍ଦ କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ଆରକ୍ଷୀ ମାନଙ୍କୁ ଅବଗତ କଲେ ଓଲଟି ଅଭିଯୋଗ କାରୀ ମାନଙ୍କୁ ଆରକ୍ଷୀ ମାନେ ଧମକ ଦେଉଛନ୍ତି ଏବଂ କହୁଛନ୍ତି ରାସ୍ତାରେ ଗାଡି ଚଳା ଚଳ କରିବ ନା ତମର କୁକୁଡା, ଛେଳି ରାସ୍ତାରେ ଯାତାୟତ କରିବେ ବୋଲି ଜବାବ ଦେଉଛନ୍ତି। ରାସ୍ତା ଉପରେ ଭାରୀଯାନ ଅବାଧରେ ଚଳାଚଳ କଲେ ଆଗାମୀ ଦିନରେ ଏହି ରାସ୍ତାଟି ବାଇକ ଏବଂ ସାଇକଲ ଚାଳକ ଙ୍କ ଯାତାୟତ ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ ହୋଇପଡିବ। ଭାରୀଯାନ ଚଳାଚଳ କରିବା ପାଇଁ ଦୁଇ ଥାନାର ଆରକ୍ଷୀ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଜନସାଧାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଭାରୀଯାନ ଚଳାଚଳକୁ ବନ୍ଦ କାହିଁକି କରାଯାଉ ନାହିଁ ବୋଲି ଚମ୍ପୁଆ ଏସ୍‍ଡିଓ ରାମରାୟ ମୁର୍ମୁଙ୍କ ସହିତ ଯୋଗା ଯୋଗ କରିବାରୁ ସେ କହନ୍ତି ଭାରୀଯାନ ଚଳାଚଳକୁ ଖୁବ୍‍ କମ ଦିନରେ ବନ୍ଦ କରାଯିବ ଏବଂ ଏହି ରାସ୍ତାରେ ଯାଉଥିବା ଭାରୀଯାନ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଭାରୀଯାନ ଚଳା ଚଳ ବନ୍ଦ କରା ନକଲେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories