www.samajalive.in
Monday, December 8, 2025
24.1 C
Bhubaneswar

ଓଏସଏପି ଅଷ୍ଟମ ବାଟାଲିୟନରେ ୬୨ ତମ ପୁଲିସ ସହିଦ ଦିବସ ପାଳିତ

ଗଞ୍ଜାମ : ଗଞ୍ଜାମ ସହରର ଅନତିଦୂରରେ ଥିବା ଓଏସଏପି ଅଷ୍ଟମ ବାଟାଲିୟନ ପରିସରରେ ବାଟାଲିୟନ ପକ୍ଷରୁ ୬୨ତମ ପୁଲିସ ସହିଦ ସୃତି ଦିବସ ପାଳିତ ହୋଇଯାଇଛି । ଏଥିରେ କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତର ବିଭିନ୍ନ ରାଜ୍ୟର ୩୭୭ ଜଣ ସହିଦ ଓ ଓଡ଼ିଶାର ୨୨ ଜଣ କରୋନା ଯୋଦ୍ଧା ପୋଲିସ ମାନଙ୍କ ନାମ ନେଇ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କର୍ତ୍ତବ୍ୟ ପରାୟଣ ପୋଲିସ ବାହିନୀ ସମାଜର ଜାଗ୍ରତ ପ୍ରହରୀ ଭାବେ ନିଜ ଜୀବନଙ୍କୁ ଉତ୍ସର୍ଗ କରି ସହିଦ ହୋଇଯାଇଥିବାରୁ ସେମେନେ ସବୁଦିନ ପାଇଁ ଜନ ମାନସରେ ଅମର ହୋଇ ରହିବେ ବୋଲି ଦୁର୍ଗପତି ଶ୍ରୀ ମଲିକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବାକୁ ଯାଇ ମାଓ ମୁକାବିଲା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ପୁଲିସ ବାହୀନ ସବୁବେଳେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରି ଆସିଥିବାରୁ ରାଜ୍ୟ ପାଳ ଓ ମୁଖ୍ୟମନ୍ତ୍ରୀ ପୁଲିସକର୍ମୀମାନଙ୍କୁ ଉଚ୍ଚ ପ୍ରଶଂସା କରିଥିବା ସନ୍ଦେଶ ବାର୍ତ୍ତାରେ ଦର୍ଶାଇଥିଲେ।
ଏହି ଅବସରରେ ଆୟୋଜିତ ପ୍ୟାରେଡ଼ରେ ବାଟାଲିୟନର ସମସ୍ତ ହାବିଲଦାର, ସିପାହୀ ଓ ଓଡ୍ରାଫ ଟିମ ସହିଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସହିଦ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାଥନା କରାଯାଇଥିଲା। ସହକାରୀ କମାଣ୍ଡାଣ୍ଟ ଅରୁଣ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ, ସୁବେଦାର କୃଷ୍ଣଚନ୍ଦ୍ର ବେହେରା, ବ୍ରହ୍ମାନନ୍ଦ ମଲିକ, ପ୍ରଫୁଲ କୁମାର ସେଠୀ, ଡେପୁଟି ସୁବେଦାର ନିରଞ୍ଜନ ପାଢ଼ୀ, ସରୋଜ କୁମାର ସାହୁ, ହାବିଲଦାର ଓ ସିପାହୀ ଶାଖା ସଂଘ ସଭାପତି ପ୍ରଭାକର ବେହେରା, ହାବିଲଦାର ସୁକାନ୍ତ କୁମାର ପଣ୍ଡା, ସିପାହୀ ଜଗନ୍ନାଥ ସେଠି ପ୍ରମୁଖ ଉପସ୍ଥିତ ରହି ସହିଦ ସୃତି ଦିବସ ପାଳନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଟାଲିୟନ ସମସ୍ତ ହାବିଲଦାର, ସିପାହୀ ମାନେ ଉପସ୍ଥିତ ରହି ପ୍ୟାରେଡ଼ରେ ଭାଗନେଇ ଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories