www.samajalive.in
Friday, December 12, 2025
26.1 C
Bhubaneswar

ଭାରତ ବିରୁଦ୍ଧରେ ଚୀନ ଆକ୍ରମଣକାରୀ ହୋଇଛି: ଆମେରିକା ମିତ୍ର ରାଷ୍ଟ୍ରଙ୍କ ସହିତ ରହିଛି- ଆମେରିକା ରାଷ୍ଟ୍ରଦୂତ

ୱାଶିଂଟନ: ହିମାଳୟ ପାର୍ବତ୍ୟାଞ୍ଚଳ ସୀମାନ୍ତରେ ଭାରତ ବିରୁଦ୍ଧରେ ଚୀନ ଆକ୍ରମଣକାରୀ ହୋଇଥିବା କହିଛନ୍ତି ବେଜିଂରେ ଆମେରିକାର ନିଯୁକ୍ତ ହେବାକୁ ଥିବା ପରବର୍ତ୍ତୀ ରାଷ୍ଟ୍ରଦୂତ ନିକୋଲାସ ବର୍ନସ । ଏଥିପାଇଁ ସେ ଚୀନକୁ କଡା ସମାଲୋଚନା କରିଛନ୍ତି । ଏଥିସହିତ ସେ କହିଛନ୍ତି, ଭାରତ ସହିତ ଭିଏତନାମ, ଫିଲିପାଇନ୍ସ ଏବଂ ଦକ୍ଷିଣ ଚୀନ ସାଗରରେ ଅବସ୍ଥିତ ଅନ୍ୟ ରାଷ୍ଟ୍ରସମୂହ, ପୂର୍ବ ଚାନ ସାଗରରେ ଥିବା ଜାପାନ ଆଦି ରାଷ୍ଟ୍ର ବିରୁଦ୍ଧରେ ଚୀନ ଏକ ଆକ୍ରମଣକାରୀ ରାଷ୍ଟ୍ର ପାଲଟିଛି । ସଂପ୍ରତି ଏହା ଅଷ୍ଟ୍ରେଲିଆ ଏବଂ ଲିଥୁଆନିଆ ବିରୁଦ୍ଧରେ ମଧ୍ୟ ନିଜର ଅଭିଯାନ ଆରମ୍ଭ କରିଥିବା ବର୍ନସ କହିଛନ୍ତି ।
ଜୋ ବାଇଡେନ ପ୍ରଶାସନ ପକ୍ଷରୁ ବେଜିଂରେ ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେବାକୁ ମନୋନୀତ ବର୍ନସ ଜୋର ଦେଇ କହିଛନ୍ତି ଯେ ନିୟମ ଉଲ୍ଲଂଘନ କରୁଥିବାରୁ ଆମେରିକା ପ୍ରଶାସନ ଚୀନକୁ ଦାୟୀ କରିବା ଉଚିତ । ସେ ପ୍ରତିଶ୍ରୁତି ଦେଇ କହିଛନ୍ତି, ବେଜିଂ ଯଦି ଧମକ ଦିଏ ତେବେ ଆମେରିକା ତାହାର ମିତ୍ର ରାଷ୍ଟ୍ର ଏବଂ ସହଯୋଗୀ ରାଷ୍ଟ୍ରମାନଙ୍କ ସହିତ ରହିଛି । ଯେଉଁଠାରେ ନିୟମ ଆଧାରିତ ବିଶ୍ୱକ୍ରମରେ ଉଲ୍ଲଂଘନ ହେଉଛି ସେଠାରେ ଏହା ଚାଇନାକୁ ଚାଲେଞ୍ଜ କରିବ । ସୂଚନାଯୋଗ୍ୟ ଯେ ଚୀନ ସହିତ ତୀବ୍ର ସୀମା ବିବାଦକୁ ନେଇ ଭାରତ ତାହାର ଏଲଏସିରେ ପ୍ରତିରକ୍ଷା ବ୍ୟବସ୍ଥାକୁ ଜୋରଦାର କରିଛି । ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ରହିଛି ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories