www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ଅଧିକାରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ୨ ଯୁବକ ଗିରଫ

ପାଟଣା: ପାଟଣା ବ୍ଲକ ଯୋଗାଣ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଅଧିକାରୀଙ୍କୁ ପଡ଼ିକାର୍ଡ କଟିଯିବାର କାରଣ ପଚାରିବା ସମୟରେ ତାଙ୍କର ଫଟୋ ଉଠାଇ ନେବା ପରେ ମହିଳା ଅଧିକାରୀଙ୍କ ମୁଖ ମଣ୍ଡଳ ସହ ଅନ୍ୟ ମହିଳାଙ୍କ ନଗ୍ନ ଫଟୋ ଯୋଡ଼ି ଭାଇରାଲ୍ କରିବା ଘଟଣାରେ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଆଜି ବାଉଁଶୁଳୀ ପଞ୍ଚାୟତ ଭଅଁରପୁର ଗ୍ରାମର ୨ଜଣ ଯୁବକଙ୍କୁ ଗିରଫ କରିଛନ୍ତି। ଦୁଇ ଯୁବକ ଭଅଁରପୁର ଗ୍ରାମର ଚିତ୍ତରଞ୍ଜନ ମହାନ୍ତ(୨୦) ଓ ସୁନିଲ ସେଠୀ(୨୧) ବୋଲି ଜଣାପଡିଛି।

ଏମାନଙ୍କ ବିରୋଧରେ ପାଟଣା ଥାନା କେସ ନଂ ୧୭୫/୨୧ ମୂଳେ ଦଫା ୨୯୨, ୨୯୪, ୩୫୩, ୫୦୬, ୫୦୯, ୩୪ ଆଇ.ପି.ସି ତଥା ୬୭ ଆଇ.ଟି ଆକ୍ଟ ଲାଗୁ ହୋଇଛି। ଖବରରୁ ପ୍ରକାଶ ଯେ ଗତ ଅକ୍ଟୋବର ୫ରେ ପରିବାରର ପଡିକାର୍ଡ କଟିଯିବାର କାରଣ ପଚାରିବା ନିମନ୍ତେ ଭଅଁରପୁରର ଚିତ୍ତରଞ୍ଜନ ମହାନ୍ତ ନିଜ ମା’ ଅମ୍ବିକା ମହାନ୍ତ ଓ ସାଥୀ ସୁନିଲ ସେଠୀଙ୍କୁ ଧରି ପାଟଣା ବ୍ଲକ କାର୍ଯ୍ୟଳୟକୁ ଆସି ବିଭାଗୀୟ ମହିଳା ଅଧିକାରୀଙ୍କୁ ଏହାର କାରଣ ପଚାରିଥିଲେ। ସେମାନଙ୍କ ପରିବାରର ଚାରି ଚକିଆ ଗାଡ଼ି ଥିବାରୁ ପଡ଼ିକାର୍ଡ୍ କଟିଥିବା ଅଧିକାରିଣୀ କହିବା ସମୟରେ ଉଭୟଙ୍କ ମଧ୍ୟ ରେ ଯୁକ୍ତି ତର୍କ ହୋଇଥିଲା। ଏହି ଯୁକ୍ତି ତର୍କ ସମୟରେ ସେମାନଙ୍କ ସହ ଆସିଥିବା ସେହି ଗ୍ରାମର ସୁନିଲ ସେଠୀ ଓ ଚିତ୍ତରଞ୍ଜନ ଛାତି ପକେଟରେ ରଖିଥିବା ମୋବାଇଲରେ ମହିଳା ଅଧିକାରିଣୀଙ୍କ ଫଟୋ ଭିଡ଼ିଓ କରି ନେଇଥିଲେ। ଏହାପରେ ସୁନିଲ ଫଟୋ ଭିଡ଼ିଓକୁ କଟାଯୋଡା କରି ନଗ୍ନ ଫଟୋ ଲଗାଇ ୧୫ ତାରିଖରେ ଭାଇରାଲ କରିବା ସହ ମହିଳା ଅଧିକାରିଣୀଙ୍କୁ ବ୍ଲାକମେଲ କରିଥିଲେ। ଏନେଇ ମହିଳା ଅଧିକାରିଣୀ ଜଣକ ପାଟଣା ଥାନାରେ ଏତଲା ଦେଇଥିବା ବେଳେ ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ଘଟଣା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories