www.samajalive.in
Saturday, December 13, 2025
26.1 C
Bhubaneswar

ଆନ୍ତରାଜ୍ୟ ଜୁଆଡିଙ୍କ ରାଜ, ଜୁଆଡି ମାଲେମାଲ ଜନତା ସର୍ବସ୍ୱାନ୍ତ

ପାଟଣା: ପାର୍ବଣର ମାହୋଲରେ ଖୁଲମ ଖୁଲା ଚାଲିଛି ଜୁଆଖେଳ ଓ କୁକୁଡ଼ା ଲଢେ଼ଇ। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଳକ ଗୋରାସ ପଂଚାୟତ ଅନ୍ତର୍ଗତ ନୟାଜଗନ୍ନାଥପୁର ଗ୍ରାମରେ। ପାର୍ବଣ ଅବସରରେ ଗ୍ରାମ ନିକଟ ଏକ ପଡ଼ିଆରେ ଜୁଆଡି ମାନେ ଆଡ୍ଡା ଜମାଇ ଜୁଆଖେଳ ଚଳାଇଥିବା ବେଳେ କୁକୁଡ଼ା ଲଢେଇ ଚାଲିଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଲୋକ ମାନେ ରୁଣ୍ଡହୋଇ ଏହି ଜୁଆ ଖେଳରେ ମାତିଥିବା ବେଳେ ଅନେକ ଲୋକ ଟଙ୍କା ବାଜି ଲଗାଇ ସର୍ବସ୍ୱାନ୍ତ୍ଵ ହୋଇ ପଡୁଛନ୍ତି।

ଲୋକ ଗହଳି ପାଇଁ କୁକୁଡା ଲଢେଇ ଏକ ମୁଖ୍ୟ ମଧ୍ୟମ ହୋଇଥିବା ବେଳେ ଶହ ଶହ ଲୋକ ଏଠାକୁ ଲଢୁଆ ଗଞ୍ଜା ଧରି ବାଜି ମାରିନେବା ଲକ୍ଷ୍ୟରେ ଗହଳି କରୁଥିବା ବେଳେ ଦେଖଣାହାରୀ ଓ ମନୋରଞ୍ଜନକାରିଙ୍କ ସଂଖ୍ୟା ଏଠାରେ ଜୁଆଡିଙ୍କ ପାଇଁ କଚେପୁଅ ବାର ସ୍ଥିତି ଆଣି ଦେଉଛି। ବିଶେଷ କରି ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଜୁଆଖେଳ ପଡ଼ିଆରେ ହାଣ୍ଡିଆ ଓ ମହୁଲି ମଦର ଆସର ମଧ୍ୟ ଵେଶ ଜମୁଛି। ଏହି ନିଶାସକ୍ତ ଲୋକମାନଙ୍କୁ ଜୁଆଡି ମାନେ ସହଜରେ ଫସାଇ ପାରୁଥିବାରୁ ଜୁଆ ଖେଳି ଆଦିବାସୀ ମାନେ ସର୍ବସ୍ବାନ୍ତ ହେଉଥିବା ଦେଖାଯାଉଛି। ଏଭଳି ବେନିୟମ କାର୍ଯ୍ୟ ଖୁଲମଖୋଲା ଭାବେ ଚାଲିଥିବା ବେଳେ ସ୍ଥାନୀୟ ଆରକ୍ଷୀ ଏଠାରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିବା ଦେଖାଯାଇଛି। ଏଠାରେ ଅବାଧ ମଦ କାରବାର ସାଙ୍ଗକୁ ଜୁଆ ଖେଳ ନାନାଦି ଗଣ୍ଡଗୋଳର କାରଣ ହେଉଥିବାରୁ ସ୍ଥାନୀୟ ଆରକ୍ଷୀ ଏହା ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ଏନେଇ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କୁ ଯୋଗାଯୋଗ କରାଯିବାରେ ଜୁଆଡିଙ୍କୁ ଆଉ ପ୍ରଶ୍ରୟ ଦିଆଯିବ ନାହିଁ ଓ ସୂଚନା ପାଇଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories