www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତ-ପାକ ସୀମା ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଅମୃତସର: ପଞ୍ଜାବର ତରନ ତାରାନ ଜିଲାର ଖେମକାରାନ ଅଞ୍ଚଳରୁ ଭାରତ-ପାକିସ୍ତାନ ସୀମା ନିକଟରୁ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନ ଏବଂ ପଞ୍ଜାବ ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛନ୍ତି । ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ବିଏସଏଫ  ଏବଂ ପଞ୍ଜାବ ପୁଲିସର ଏକ ସ୍ୱତନ୍ତ୍ର ଦଳ  ପକ୍ଷରୁ ମିଳିତ ତଲାସି ଅଭିଯାନ ସମୟରେ ୨୨ଟି ପିସ୍ତଲ, ୪୪ ମାଗାଜିନ ଏବଂ ୧୦୦ ରାଉଣ୍ଡ ବିଭିନ୍ନ ଆକାରର ଗୁଳି ଜବତ କରାଯାଇଛି । କେନ୍ଦ୍ର ସରକାର ବିଏସଏଫର ନିୟନ୍ତ୍ରଣ ପରିଧି ସୀମାନ୍ତରୁ ୧୫ କିଲୋମିଟରରୁ ୫୦ କିଲୋମିଟର ପର୍ଯ୍ୟନ୍ତ ପଞ୍ଜାବ, ଆସାମ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ବୃଦ୍ଧି କରାଯିବା ପରେ ବିଏସଏଫକୁ ଏହି ସଫଳତା ମିଳିଛି । ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୩ ତାରିଖରେ କେନ୍ଦ୍ର ପକ୍ଷରୁ ଜାରି ଏକ ବିବୃତିରେ ଏହି କ୍ଷମତା ବୃଦ୍ଧି କରାଯାଇଥିଲା । ଏହାଦ୍ୱାରା ଏହି ତିନିଟି ରାଜ୍ୟରେ ଆନ୍ତର୍ଜାତିକ ସୀମାନ୍ତରୁ ୫୦ କିଲୋମିଟର ମଧ୍ୟରେ ବିଏସଏଫ  ତଲାସୀ ଅଭିଯାନ ଚଳାଇବା ସହିତ ଜବତ ଓ ଗିରଫ ଆଦି କରିପାରିବାର କ୍ଷମତା ଲାଭ କରିଛି । ପୂର୍ବରୁ ଏହା ଆନ୍ତର୍ଜାତିକ ସୀମାରେଖାରୁ ୧୫ କିଲୋମିଟର ମଧ୍ୟରେ ରହିଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories