www.samajalive.in
Wednesday, December 10, 2025
14.1 C
Bhubaneswar

ସାରନଗରୀରେ ମା’ଲକ୍ଷ୍ମୀଙ୍କ ପୂଜା

ସାରନଗରୀ : ସାରନଗରୀରେ ମା’ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ଆୟୋଜନ କରାଯାଇଥାଏ । ମାତ୍ର ଗତବର୍ଷ ପରି ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ସାରନଗରୀ  ଅଂଚଳର ୨୫ରୁ ଉର୍ଦ୍ଧ ପୂଜା ମଣ୍ଡପରେ ମା’ଲକ୍ଷ୍ମୀଙ୍କର ପୂଜା ଆରମ୍ଭ ହୋଇଯାଇଛି । ରଙ୍ଗୋଲି ଛକ,ନିୟୁ ନାରାୟଣ ମାର୍କେଟ, ଲକ୍ଷ୍ମୀମାର୍କେଟ, ସାରନଗରୀ ମା’ମଙ୍ଗଳା ଛକ ନିକଟସ୍ଥ ପୂଜା ମଣ୍ଡପ, ଲୋକନାଥ ମାର୍କେଟ (ଏ,ବି,ସି), ଲାଲଟାଙ୍କି, ଫାୟାର ଫାଇଟିଙ୍ଗ କଲୋନୀ,ଟାଙ୍ଗରପାଲୀ, ଆଇଡ଼ିଏଲ, ମଡର୍ଣ୍ଣ ଇଣ୍ଡିଆ,ଭଂଜ କଲୋନୀ, ଜଲଦା, ଦେଓଗାଁ, ତାରାପୁର,ନବକୃଷ୍ଣନଗର, ପୁରୁଣା ନାରାୟଣୀ ମାର୍କେଟ, ପୂର୍ଣ୍ଣାନନ୍ଦ ମାର୍କେଟ,ଫର୍ଟିଲାଇଜର ‘ଇ’ ବ୍ଲକ, କନଷ୍ଟ୍ରକସନ କଲୋନୀ, ଏବିସି କଲୋନୀ, ସମେତ ମା’ ଲକ୍ଷ୍ମୀଙ୍କ ୪ ଫୁଟ ମୁଣ୍ମୟୀ ମୂର୍ତିର ପୂଜାର୍ଚ୍ଚନା କରାଯାଉଛି ।
ଶ୍ରଦ୍ଧାଳୁମାନେ କୋଭିଡ଼ କଟକଣାରେ ମା’ ଲକ୍ଷ୍ମୀଙ୍କ ପୂଜାରେ ସାମିଲ ହୋଇଛନ୍ତି । ମହାମାରୀ କରୋନା ମାଡ଼ରେ ଗତବର୍ଷ ମା’ ଲକ୍ଷ୍ମୀଙ୍କ ପୂଜାରେ ଯାନିଯାତ୍ରା, ମୀନା ବଜାର,ସାଂସ୍କୃତିକ ମାହୋଲ ଫିକା ପଡ଼ି ଯାଇଥିଲା । ଚଳିତ ବର୍ଷ ମଧ୍ୟ ଆକର୍ଷଣୀୟ ତୋରଣ ନାହିଁକି ଆଖି ଝଲସିଲା ଭଳି ରଙ୍ଗବେରଙ୍ଗର ଆଲୋକମାଳା ଦେଖିବାକୁ ମିଳୁନି । ବିଭିନ୍ନ ପୂଜା କମିଟିର କର୍ମକର୍ତା କେବଳ ଘଂଟ,ଘଂଟି,ଢୋଲ ଓ ତୁରୀ ବଜାଇ ବିଭିନ୍ନ ଜଳାଶୟରୁ କଳସୀରେ ପାଣି ଆଣି ପୂଜା ମଣ୍ଡପରେ କଳସ ସ୍ଥାପନ କରିବା ଦୃଶ୍ୟମାନ ହୋଇଛି । ପୁରୋହିତଙ୍କ ମନ୍ତ୍ରପାଠରେ ମା’ଙ୍କ ନେତ୍ରଦାନ କାର୍ୟ୍ୟ ଶେଷ ହୋଇ ଆସ୍ଥାନ,ଆଳତୀ ଓ ବିଭିନ୍ନ ପ୍ରାରମ୍ଭିକ ରିତିନୀତି ସମାପନ କରାଯାଇଛି । ପୂଜା ମଣ୍ଡପରେ ନିୟମ ଅନୁସାରେ, କର୍ତା ଓ ପୂଜକଙ୍କ ସହ ମାତ୍ର ୭ଜଣଙ୍କ ଉପସ୍ଥିତିରେ ପୂଜାବିଧି ଆରମ୍ଭ ହୋଇଛି । କୋଭିଡ଼ କଟକଣା ଯୋଗୁଁ ଚଳିତ ବର୍ଷ ମା’ଙ୍କ ପୂଜା ମଣ୍ଡପରେ ଦର୍ଶନରୁ ଅନେକ ଶ୍ରଦ୍ଧାଳୁ ବଂଚିତ ହୋଇଛନ୍ତି ସାରନଗରୀର ବୋଇତ ବନ୍ଦାଣ ପଡ଼ିଆରେ ପ୍ରତିବର୍ଷ ଲକ୍ଷ୍ମୀପୂଜା ମେଲଣ ଅନୁଷ୍ଠିତ ହୋଇଥାଏ, ମାତ୍ର ଗତବର୍ଷ ଓ ଏଥର ମେଲଣ ଆୟୋଜିତ ହେଉନାହିଁ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories