bjd  ek lkhya koti banner

ଗୋପାଳପୁର ‘ସମାଜ’ ବିକ୍ରେତାଙ୍କ ପରଲୋକ

mission shakti banner

ଗୋପାଳପୁର : ଗୋପାଳପୁର ବଜାର ବାସିନ୍ଦା ତଥା ଦୈନିକ ଖବରକାଗଜ ସମାଜର ବିକ୍ରେତା (ଏଜେଣ୍ଟ) ଘନଶ୍ୟାମ ସାହୁଙ୍କ ୯୨ ବର୍ଷ ବୟସରେ ନିଜ ବାସଭବନରେ ଗତ ମଙ୍ଗଳବାର ରାତି ସାଢ଼େ ୯ ଟାରେ ପରଲୋକ ଘଟିଛି। ସ୍ବର୍ଗତ ସାହୁ ଦୀର୍ଘ ୪୦ ବର୍ଷ ଧରି ସମାଜର ଗୋପାଳପୁର ବିକ୍ରେତା  ଭାବେ କାର୍ୟ୍ୟ କରି ଆସୁଥିଲେ। ମୃତ୍ୟୁ ବେଳକୁ ପୁଅ ଉମାଚରଣ, ଅନାଦି, ହରି ବୋହୂ ନମିତା, ରଶ୍ମି, ଶୁଭଶ୍ରୀଙ୍କ ସମେତ ଝିଅ ତମାଳ ଓ ଜ୍ବାଇଁ ସୋମନାଥ ସମେତ ନାତି ଓ ନାତୁଣୀ ଅରବିନ୍ଦ,ଶୁଭନ,ସମୀର,ସୁରଜ, କିରଣ,ଦିପକ,ସନ୍ତୋଷୀ ଓ ଶୁଭଶ୍ରୀୟା ପ୍ରମୁଖ ଉପସ୍ଥିତ ଥିଲେ। ଖବର ପାଇ ଗୋପାଳପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ଘନଶ୍ୟାମ ଜଣେ ପରୋପକାରୀ , ମିଷ୍ଟଭାଷୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ଘନଶ୍ୟାମଙ୍କ ପରଲୋକରେ ଗୋପାଳପୁରରେ ଶୋକର ଛାୟା ଖେଳିଯାଇଛି।

Comments are closed.