www.samajalive.in
Friday, December 12, 2025
27.1 C
Bhubaneswar

ଲୋକପ୍ରିୟ ଅଭିନେତ୍ରୀ ଦୀପ୍ତିପ୍ରିୟା ରାମସନ୍ସ ସହିତ ଚୁକ୍ତିବଦ୍ଧ

କୋଲକାତା : ବ୍ୟକ୍ତିଗତ ପ୍ରଯତ୍ନକାରୀ ବର୍ଗରେ ଏକ ଅଗ୍ରଣୀ ବ୍ରାଣ୍ଡ୍‍ ରାମସନ୍ସ ପରଫ୍ୟୁମ୍ସ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦୀପ୍ତିପ୍ରିୟା ରୟଙ୍କୁ ନିଜ ବ୍ରାଣ୍ଡ୍‍ର ନୂତନ ଉପସ୍ଥାପିକା ଭାବରେ ଚୁକ୍ତିବଦ୍ଧ କରାଇଛି । ଏହି ସହଭାଗିତା ମୁଖ୍ୟତଃ ପୂର୍ବାଞ୍ଚଳ ବଜାର ନିମନ୍ତେ ଉଦ୍ଦିଷ୍ଟ ଏବଂ ଦୀପ୍ତିପ୍ରିୟା ରାମସନ୍ସର ନୂଆ ତ୍ୱଚା ଯତ୍ନକାରୀ ଉତ୍ପାଦଗୁଡିକର ଅନ୍‍ଲାଇନ ଏବଂ ଅଫଲାଇନ ମାଧ୍ୟମରେ ବ୍ୟବସାୟିକ ପ୍ରସାର କରାଇବେ । ଏହି ଆକର୍ଷଣୀୟ ତ୍ୱଚା ଯତ୍ନକାରୀ ଉତ୍ପାଦ ବର୍ଗମାଳାକୁ ନେଇ ଏକ ଚର୍ଚ୍ଚା ସୃଷ୍ଟି କରିବା ଏବଂ ବ୍ରାଣ୍ଡ୍‍ର ଉତ୍ପାଦ ବର୍ଗମାଳା ଯଥା ବଡି ଅଏଲ, ବଡି ଲୋସନ ଏବଂ ମଏଶ୍ଚରାଇଜର କ୍ରିମ୍‍ ଆଦିର ଉପସ୍ଥାପିକା ଭାବରେ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଅଭିନେତ୍ରୀ ଏହି ବ୍ରାଣ୍ଡ୍‍ ସହିତ ମିଶି ଘନିଷ୍ଠ ଭାବରେ କାର୍ଯ୍ୟ କରିବେ । ଏ ସମ୍ପର୍କରେ ପ୍ରକାଶ କରି ରାମସନ୍ସ ଗ୍ରୁପ୍‍ର ପରିଚାଳନା ନିର୍ଦ୍ଦେଶକ ବ୍ରିଜେଶ ପାଣ୍ଡେ କହିଛନ୍ତି, ଦୀପ୍ତିପ୍ରିୟା ରାଣୀ ରଶୋମଣିରେ ତାଙ୍କର ଭୂମିକା ପାଇଁ ଆମ ସମସ୍ତଙ୍କର ହୃଦୟକୁ ଚୋରି କରିନେଇଛନ୍ତି ଏବଂ ସେହି ସ୍ନେହ ଓ ପ୍ରେମର କିଛି ଅଂଶ ଆମ ବ୍ରାଣ୍ଡ୍‍ ସହିତ ସଂଯୁକ୍ତ କରିବା ଆଶା ଆମେ ରଖିଛୁ । ତାଙ୍କୁ ନେଇ ସମୁଦାୟ ପୂର୍ବାଞ୍ଚଳ ବଜାରରେ ଆମର ପ୍ରଚାର ଅଭିଯାନ ଜରିଆରେ ଆଶାନୁରୂପ ପ୍ରଭାବ ସୃଷ୍ଟିକରିବାକୁ ଲକ୍ଷ୍ୟ ରଖିଛୁ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories