www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ; ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି

ଡେରାଡୁନ : ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ସହ ବର୍ଷାର ବିତ୍ପାତ ଦେଖାଯାଇଛି। ମଙ୍ଗଳବାର ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଭୃସ୍ଫଖଳକୁ ନଜରରେ ରଖି ଓ ପ୍ରବଳ ବର୍ଷା କାରଣରୁ ଶୈଳ ନିବାସକୁ ଯିବା ପାଇଁ ୩ଟି ରାସ୍ତାକୁ ବନ୍ଦ ରଖାଯାଇଛି। ଏହାସହ ସମସ୍ତ ପ୍ରସ୍ଥାନ ଓ ପ୍ରବେଶ ପଥକୁ ବନ୍ଦ ରଖାଯାଇଛି।
କ୍ରମାଗତ ୩ୟ ଦିନ ପାଇଁ ପ୍ରବଳ ବର୍ଷା ହେତୁ ସମଗ୍ର ଉତ୍ତରାଖଣ୍ଡକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘର ଏବଂ ତଳ ମହଲାରେ ପାଣି ପ୍ରବାହିତ ହେଉଥିବା ବେଳେ ଡେରାଡୁନରେ ବର୍ଷାଜନିତ ବନ୍ୟାଜଳ ତୀବ୍ର ବେଗରେ ପ୍ରବାହିତ ହୋଉଥିବା ଦେଖାଯାଇଛି। ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା ହେବା ସହ ହାଲଡୱାନୀରେ ଗୋଉଲା ନଦୀ ଉପରେ ଥିବା ପୋଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଚମ୍ପାୱାଟରେ ଚଲଥି ନଦୀରେ ଉପରେ ଥିବା ଏକ ନିର୍ମାଣଧୀନ ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଅକ୍ଟୋବର ୧୭ରୁ ୧୯ ଯାଏଁ ପ୍ରବଳ ବର୍ଷା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଚାରଧାମ ଯାତ୍ରା ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ସେହିପରି ଉତ୍ତରାଖଣ୍ଡରେ ବର୍ଷାର ପରିମାଣ ଆଜି ଠାରୁ ହ୍ରାସ ପାଇବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛନ୍ତି।
ଉତ୍ତରାଖଣ୍ଡର ପ୍ରଭାବିତ ଅଞ୍ଚଳରେ ୧୦ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି। ଏହାସହ ପିଥୋରାଗଡ, ହରିଦ୍ୱାର, ଦେହରାଡୁନ୍, ଆଲମୋରାରେ ଗୋଟିଏ ଦଳ ନିୟୋଜିତ ହୋଇଥିବାବେଳେ ଚାମୋଲି, ଉତ୍ତରକାଶି ଏବଂ ଗଦାପୁରରେ ଦୁଇଟି ଦଳ ନିୟୋଜିତ ହୋଇଛନ୍ତି।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories