www.samajalive.in
Saturday, December 6, 2025
16.1 C
Bhubaneswar

ଜିଓର ୪ଜି ଡାଉନଲୋଡ ସ୍ପିଡ ୨୦.୯ ଏମବିପିଏସ- ଟ୍ରାଇ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ୨୦୨୧ ସେପ୍ଟେମ୍ବର ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଥିବା ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି । ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓର ହାରାହାରି ଡାଉନଲୋଡ ସ୍ପିଡ ୨୦.୯ ଏମବିପିଏସ୍ ରହିଥିବା ବେଳେ ଏହା ପ୍ରତି ମାସ ପରି ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପଛରେ ପକାଇବା ସହିତ ସେମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି । ଟ୍ରାଇ ପ୍ରଦତ ତଥ୍ୟ ଅନୁଯାୟୀ ସେପ୍ଟେମ୍ବରରେ ରିଲାଏନ୍ସ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡଠାରୁ ୯ ଏମବିପିଏସ୍ ଅଧିକ ଏବଂ ଭୋଡାଫୋନ ଆଇଡିଆ ଠାରୁ ୬.୫ ଏମବିପିଏସ୍ ଅଧିକ ରହିଥିବା ଜଣାଯାଇଛି । ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ଜିଓର ହରାହାରି ୪ଜି ଡାଉନଲୋଡ ସ୍ପିଡ ଯଥେଷ୍ଟ ବୃଦ୍ଧି ଘଟିଛି । ଅଗଷ୍ଟରେ ଏହା ୧୮.୨ ଏମବିପିଏସ୍ ରହିଥିଲା । ତେବେ ସେପ୍ଟେମ୍ବରରେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆ ୭.୨ ଏମବିପିଏସ୍ ସହିତ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୬.୨ ଏମବିପିଏସ ଅପ୍‌ଲୋଡ ସ୍ପିଡ ସହିତ ରିଲାଏନ୍ସ ଜିଓ ରହିଥିଲା ଏବଂ ତୃତୀୟ ସ୍ଥାନରେ ହାରାହାରି ୪.୫ ଏମବିପିଏସ୍ ଅପ୍‌ଲୋଡ ସ୍ପିଡ ସହିତ ଏୟାରଟେଲ ରହିଥିଲା ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories