www.samajalive.in
Sunday, December 14, 2025
14.1 C
Bhubaneswar

ଶିକ୍ଷାବିତ ବିଶ୍ୱନାଥ ଦାଶଙ୍କ ପରଲୋକ

ସାରନଗରୀ : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଉପର ବାଲିଯୋଡ଼ି ଅଂଚଳରେ ବସବାସ କରୁଥିବା ବିଶିଷ୍ଟ ଶିକ୍ଷାବିତ ବିଶ୍ୱନାଥ ଦାଶ ଆଉ ନାହାନ୍ତି । ଆଜି ପୂର୍ବାହ୍ନରେ ଉପର ବାଲିଯୋଡ଼ି ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ଶଶିକଳା,ଜ୍ୟେଷ୍ଠ ପୁତ୍ର ସତ୍ୟ ପ୍ରକାଶ ଓ ସାନପୁତ୍ର ସତ୍ୟ ପ୍ରକାଶ ,ପୁତୁରା କିଶୋର ଚନ୍ଦ୍ର ଦାଶ ସମେତ ବନ୍ଧୁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସ୍ୱର୍ଗତଃ ଦାଶ ଏକାଧାରରେ ଜଣେ ସୁଶାସକ, ସୁସଙ୍ଗଠକ, ସମାଜସେବୀ, ଧର୍ମପରାୟଣ, ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ତାଙ୍କର ଅକାଳ ମୃତ୍ୟୁରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଶୋକର ଲହରୀ ଖେଳି ଯାଇଛି । ସ୍ୱର୍ଗତଃ ବିଶ୍ୱନାଥ ଦାଶଙ୍କ ଅବର୍ତମାନରେ ଦକ୍ଷିଣ ରାଉରକେଲା ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି । ସ୍ୱର୍ଗତଃ ବିଶ୍ୱନାଥ ଦାଶ ୧୯୫୪ ମସିହା ଫେବୃଆରୀ ମାସରେ ପୁରୀ ଜିଲାର ନଈଗୁଆଁ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୦ ମସିହାରେ ସେ ରାଉରକେଲା ଆସିବା ପରେ ଏହାକୁ ନିଜ କର୍ମଭୂମି ରୂପେ ବାଛି ନେଇଥିଲେ । ସେ ବାଲିଯୋଡ଼ି ସ୍ଥିତ ଶହୀଦ ବାଜି ରାଉତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ନିଜ ଦାୟିତ୍ୱ ସୂଚାରୁରୁପେ ପ୍ରତିପାଦନ କରିଥିଲେ । ସେହିପରି ନବକୃଷ୍ଣନଗର ସ୍ଥିତ ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଭାବେ କାର୍ୟ୍ୟ କରି ଉକ୍ତ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଥିଲେ । ଏହା ବ୍ୟତୀତ ଦକ୍ଷିଣ ରାଉରକେଲାର ନବକୃଷ୍ଣନଗର ସ୍ଥିତ ଓଲ୍ଡ ରାଉରକେଲା଼ ଏଜୁକେସନ ସୋସାଇଟିର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ଅତୀତରେ ଏହି ଶିକ୍ଷକ ତାଲିମ କେନ୍ଦ୍ରରେ ୨୪୦ ଜଣ ଶିକ୍ଷକ ତାଲିମ ପାଇ ବିଭିନ୍ନ ବିଦ୍ୟାଳୟରେ କାର୍ୟ୍ୟ କରିବାର ସୁଯୋଗ ପାଇ ପାରିଥିଲେ । ସ୍ୱର୍ଗତଃ ଦାଶଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ, ସାମାଜିକ କର୍ମୀ, ଶିକ୍ଷାବିତ, ସ୍ୱେଚ୍ଛାସେବୀ ମାନେ ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories