www.samajalive.in
Saturday, December 13, 2025
18.1 C
Bhubaneswar

ଜମ୍ମୁ କାଶ୍ମୀରରେ ଅଣ କାଶ୍ମୀରୀଙ୍କ ଉପରେ ଆକ୍ରମଣ ଜାରି; ଆଉ ୨ ବିହାରୀ ଶ୍ରମିକ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସାଧାରଣ ନାଗରିକ, ବିଶେଷକରି ଅଣ କାଶ୍ମୀରୀଙ୍କ ଉପରେ ଆତଙ୍କି ଆକ୍ରମଣ ଜାରି ରହିଛି । ରବିବାର ସଂଧ୍ୟାରେ କୁଲଗାମର ୱାନପୋ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇଜଣ ବିହାରୀ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ପୂର୍ବରୁ ଆତଙ୍କବାଦୀମାନେ ପୃଥକ ପୃଥକ ଭାବରେ ଦୁଇ ବିହାରୀ ଗୁପଚୁପ ବିକାଳିଙ୍କୁ ଗୁଳିମାରି ହତ୍ୟା କରିଥିବାବେଳେ ସେମାନଙ୍କ ଆକ୍ରମଣରେ ଅନ୍ୟ ଜଣେ କାରିଗର ପ୍ରାଣ ହରାଇଥିଲେ । ଜମ୍ମୁ କାଶ୍ମୀର ପୁଲିସ ସୂତ୍ର ଅନୁଯାୟୀ ଆତଙ୍କବାଦୀମାନେ ଏହି ଶ୍ରମିକ ରହୁଥିବା ଏକ ଭଡାଘର ମଧ୍ୟକୁ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଥିଲେ । ସେଥିରେ ଦୁଇଜଣଙ୍କର ପ୍ରାଣହାନି ଘଟିଥିଲା ଏବଂ ଅନ୍ୟ ଜଣେ ଗୁରୁତର ଭାବରେ ଆହତ ହୋଇଥିଲେ । ନିହତ ଶ୍ରମିକ ରାଜା ରେଶି ଦେବ ଓ ଯୋଗିନ୍ଦର ରେଶି ଦେବ ବୋଲି ଚିହ୍ନଟ କରାଯାଇଛି । ଏଥିସହିତ ଆହତ ବ୍ୟକ୍ତିଙ୍କ ନାମ ଚୁନଚୁନ ରେଶି ଦେବ ବୋଲି ଜଣାଯାଇଛି । ଇତିମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଏଭଳି ଆକ୍ରମଣ ପାଇଁ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ଆତଙ୍କି ଆକ୍ରମଣକୁ ଦୃଢ ନିନ୍ଦା କରି ଉପରାଜ୍ୟପାଳ କହିଛନ୍ତି ଯେ ଭାରତୀୟ ନିରାପତ୍ତା ବାହିନୀ ଆତଙ୍କବାଦୀଙ୍କୁ ଏହାର କଡା ଜବାବ ଦେବେ । ଏଭଳି ଘଟଣାରେ ପ୍ରତିକ୍ରିୟା ରଖି ଭାଜପା ନେତା ଅଲତାଫ ଠାକୁର କହିଛନ୍ତି, ଏହା ବସ୍ତୁତଃ ଗଣହତ୍ୟାରେ ପରିଣତ ହୋଇଛି । ମୋଦି ସରକାର ଏହାର ପ୍ରତିଶୋଧ ନେବେ । ପିଡିପି ମୁଖ୍ୟ ମେହବୁବା ମୁଫତି ରବିବାର ଘଟିଥିବା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି । ସୂଚନାଯୋଗ୍ୟ ଯେ ଅଣ କାଶ୍ମୀରୀଙ୍କ ଉପରେ କାଶ୍ମୀର ଉପତ୍ୟକାରେ ଏହା ତୃତୀୟ ଆତଙ୍କି ଆକ୍ରମ ହୋଇଛି । ପୂର୍ବରୁ ଶନିବାର ଦିନ ଆତଙ୍କିମାନେ ଶ୍ରୀନଗର ଓ ପୁଲୱାମାନରେ ଦୁଇ ଅଣ କାଶ୍ମୀରୀ ଶ୍ରମିକଙ୍କୁ ହତ୍ୟା କରିଥିଲେ । ଶ୍ରୀନଗରରେ ହୋଇଥିବା ଆକ୍ରମଣରେ ବିହାରର ଅରବିନ୍ଦ କୁମାର ଶାହ ପ୍ରାଣ ହରାଇଥିବାବେଳେ ଉତ୍ତର ପ୍ରଦେଶର ସାଗିର ଅହମଦ ପୁଲୱାମା ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ତାହା ପୂର୍ବରୁ ଅକ୍ଟୋବର ୭ ତାରିଖରେ ଆତଙ୍କିମାନେ ଏକ ସରକାରୀ ବିଦ୍ୟାଳୟର ପ୍ରିନସିପାଲ ଏବଂ ଜଣେ ଶିକ୍ଷକଙ୍କୁ ହତ୍ୟା କରିଥିଲେ । ତାହାର ଦୁଇଦିନ ପୂର୍ବରୁ ସେମାନେ ଏକ ଔଷଧ ଦୋକାନରମାଲିକ ତଥା କାଶ୍ମୀର ପଣ୍ଡିତ ଏମ ଏଲ ବିନ୍ଦ୍ରୁ, ଜଣେ ବିହାରୀ ବୁଲାବିକାଳି ଏବଂ ଜଣେ ଟ୍ୟାକ୍ସି ଚାଳକଙ୍କୁ ହତ୍ୟା କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories