www.samajalive.in
Saturday, December 13, 2025
21.1 C
Bhubaneswar

କେରଳରେ ବର୍ଷା ବିତ୍ପାତ : ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ତିରୁଅନନ୍ତପୁରମ୍ : କେରଳରେ ବର୍ଷା ବିତ୍ପାତ ଜାରି ରହିଛି । ବର୍ଷା ଜନିତ ଅଘଟଣରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ରାଜ୍ୟର ଇଡୁକି ଜିଲ୍ଲାର କୋକୟା ଠାରେ ଗତକାଲି ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ୪ ରୁ ୮ ବର୍ଷ ମଧ୍ୟରେ ୩ ଜଣ ଶିଶୁ ଓ ଜଣେ ବ୍ୟକ୍ତିଙ୍କ ମୃତ ଶରୀରକୁ ରବିବାର ଉଦ୍ଧାର  କରାଯାଇଛି । ମାଟି ଅତଡ଼ା ଧସିବା ଫଳରେ ଗୋଟିଏ ଘର ସମ୍ପୂର୍ଣ୍ଣ ପୋତି ହୋଇଯାଇଥିଲା ଏବଂ ସେହି ଘର ଭିତରେ ପୋତି ହୋଇ ରହିଯାଇଥିବା ମୃତ ଶିଶୁ ମାନଙ୍କୁ ଉଦ୍ଧାର କାରୀମାନେ ଆଜି ମାଟି ଖୋଳି ବାହାରେ କରିଛନ୍ତି । ହଠାତ୍‍ ପାଣି ଆସିବା ଯୋଗୁ ଭାସିଯାଇଥିବା ସେହି ମୃତ ବ୍ୟକ୍ତିର ଶରୀରକୁ ଆଜି ମୁଣ୍ଡକ୍ୟମ୍‍ ଠାରେ ଠାବ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି ପାଇଥିବାର ଖବର ମିଳିଛି । ମାଟିତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଥିବା ଆହୁରି ୨ ଜଣ ଶିଶୁଙ୍କ ସମେତ ୫ ଜଣଙ୍କୁ ଖୋଜା ଚାଲିଛି । ତେଣେ ପଡ଼ୋଶୀ କୋଟ୍ୟାମ୍‍ ଜିଲ୍ଲାର କୋଟିକଲ୍‍ ପଞ୍ଚାୟତରେ ଆଉ ଏକ ଭୂସ୍ଖଳନ ଦୁର୍ଘଟଣାରେ ୮ ଜଣଙ୍କ ମୃତ ଦେହକୁ ଖୋଜାଚାଲିଛି । ସେହି ଅଞ୍ଚଳରୁ ଏପର୍ଯ୍ୟନ୍ତ ୧୧ଟି ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ବ୍ୟକ୍ତି ଅଛନ୍ତି। କୋଟିକଲ୍‍ ଜିଲ୍ଲାରେ ସବୁ ମୃତଶରୀର ମିଳିସାରିଥିବାରୁ ସେଠାରେ ଅନୁସନ୍ଧାନ କାର୍ଯ୍ୟ ଶେଷ ହୋଇଛି ।
ଅନ୍ୟପକ୍ଷରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‍ଙ୍କ ସହ ରାଜ୍ୟରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ସଂକ୍ରାନ୍ତରେ କଥାବାର୍ତ୍ତା କରିଛନ୍ତି । ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି, ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଅନେକ ଲୋଙ୍କର ଜୀବନ ହାନି ଯୋଗୁଁ ସେ ଅତ୍ୟନ୍ତ ମର୍ମାହତ । ଶୋକସନ୍ତପ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଆହତ ଓ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଦୁର୍ଘଟଣାସ୍ଥଳୀ ସାହାଯ୍ୟ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରଧାନମନ୍ତ୍ରୀ ସମସ୍ତଙ୍କ ନିରାପତ୍ତା ଓ ମଙ୍ଗଳ କାମନା କରିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories