ଚୌଦ୍ୱାର : ଚୌଦ୍ୱାର ଆଗ୍ରାହାଟ ସ୍ଥିତ ନିସ୍ୱାର୍ଥ ସେବା ସଂଗଠନ ପକ୍ଷରୁ ମହିଳା ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀର ମାର୍ଗ ସଂସ୍ଥା ତରଫରୁ ସଂଯୋଜକ ପ୍ରଭାସ କୁମାର କର ଓ ପରେଶ ଦାସ ମହାପାତ୍ର କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ପରିବାରିକ ହିଂସା ଆଇନ ୨୦୦୫ ଉପରେ ଆଲୋକପାତ କରିବା ସହିତ ସମାଜରେ ମହିଳା ଓ ପୁରୁଷ ସମାନ ଅଧିକାରକୁ ସୁନିଶ୍ଚିତ କରିବାରେ ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚୟତର ୪୦ରୁ ଉର୍ଦ୍ଧ ଯୁବକ ଯୁବତୀ ଯୋଗଦାନ କରିଥିଲେ। ନାଏବ ସରପଞ୍ଚ ବିଳାସିନୀ ରାଉତ, ଧରିତ୍ରୀ ସହୁ, ସଞ୍ଜୟ କୁମାର ଜେନା, ସମାଜସେବୀ ସହଦେବ ବରାଳ, ଜନ୍ମେଜୟ ନାୟକଙ୍କ ସମେତ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।
Popular Categories



