www.samajalive.in
Wednesday, December 10, 2025
18.1 C
Bhubaneswar

ଅବକାରୀ ଚଢାଉ, ୫୬୦ଲିଟର ମଦ ଓ ୬୩୦୦ଲିଟର ପୋଚ ଜବତ

ଆଠଗଡ : ଆଠଗଡ ଓ ତିଗିରିଆର କେତେକ ଅଞ୍ଚଳ ମଦ ପ୍ରସ୍ତୁତି ଓ ଚାଲାଣ ପାଇଁ ପ୍ରସିଦ୍ଧ। ପାର୍ବଣ ସମୟରେ ଏଠାରୁ ମଦ ଚାଲାଣ କରାଯାଇ କଟକ, ଚୌଦ୍ୱାର, ଜଗତପୁର, ଭୁବନେଶ୍ୱର, ଖୋର୍ଦ୍ଧା ଢେଙ୍କାନାଳ ଆଦି ଅଞ୍ଚଳରେ ଯେପରି ଦେଶୀମଦର ବନ୍ୟା ସୃଷ୍ଟି ନହୁଏ ସେଥିଲାଗି ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ଆଠଗଡର ମଦ ପ୍ରସ୍ତୁତି ହେଉଥିବା ଅଞ୍ଚଳରେ ନିୟମିତ ଚଢାଉ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ ଓ କଟକ ଅବକାରୀ ୨ନଂ ଭ୍ରାମ୍ୟମାଣ ଦଳର ନିରୀକ୍ଷକ ସଂଜିତ ବାର୍ଲାଙ୍କ ନେତୃତ୍ୱରେ ଆଠଗଡ ଥାନା ଅଧିନ ତାଳବସ୍ତ ଗ୍ରାମରେ ଚଢାଉ କରାଯାଇଥିଲା । ସକାଳୁ ସନ୍ଧ୍ୟା ଯାଏଁ ଚାଲିଥିବା ଏହି ଚଢାଉ ଫଳରେ ସଦ୍ୟ ପ୍ରସ୍ତୁତ ୫୬୦ଲିଟର ଦେଶୀମଦ ଓ ମଦପ୍ରସ୍ତୁତି ପାଇଁ ଶତାଧିକ ପ୍ଲାଷ୍ଟିକ ଜାରକିନରେ ନାଳକଡ ଓ ଚାଷଜମିରେ ଲୁଚାଇ ରଖାଯାଇଥିବା ୬୩୦୦ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ସେ ସବୁକୁ ନଷ୍ଟ କରାଯାଇଥିଲା । ମଦ, ପୋଚ ସହିତ ପ୍ଲାଷ୍ଟିକ ଜାରକିନ ଗୁଡିକୁ ହାଣି ପଟାଇ ନଷ୍ଟ କରିବାର ଭିଡିଓରେ ଚିତ୍ରୋତ୍ତଳନ କରାଯାଇଥିଲା। ତେବେ ଅବକାରୀ ଚଢାଉ ନିୟମିତ ହେଉଥିବା ଏବଂ ଲକ୍ଷ ଲକ୍ଷ ଟଙ୍କାର ମଦ, ପୋଚ ଓ ଅନ୍ୟ ସାମଗ୍ରୀ ନଷ୍ଟ କରାଯାଉଥିଲେ ମଧ୍ୟ ମଦ ମାଫିଆଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନଥିବା ପରିଲକ୍ଷିତ ହେଉଛି। ଅବକାରୀ ସହିତ ଯେ ପର୍ଯ୍ୟନ୍ତ ପୁଲିସ ବିଭାଗ ଏ ଦିଗରେ ନିୟମିତ ଏବଂ ସକ୍ରିୟ ପଦକ୍ଷେପ ନନିଅନ୍ତି ସେ ପର୍ଯ୍ୟନ୍ତ ଏ ଅଞ୍ଚଳରେ ମଦପ୍ରସ୍ତୁତି ଓ ଚାଲାଣକୁ ସଂପୂର୍ଣ୍ଣରୂପେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି । ଶନିବାର ତାଳବସ୍ତରେ ହୋଇଥିବା ଚଢାଉରେ ଆଠଗଡ ସହକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ, ନରସିଂହପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁ, ସିପାହୀ ଦୁଷ୍ମନ୍ତ ବସନ୍ତରାଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories