www.samajalive.in
Sunday, December 14, 2025
18.1 C
Bhubaneswar

ସିପିଆଇଏମ୍‌ର ୧୪ତମ ସୁନ୍ଦରଗଡ଼ ଜିଲା ସମ୍ମିଳନୀ ଉଦ୍‌ଯାପିତ

ସାରନଗରୀ : ସାରନଗରୀ ସ୍ଥିତ ଆଇଡ଼ିଏଲ ସାମୁଦାୟିକ କେନ୍ଦ୍ର ଠାରେ ସିପିଆଇଏମ୍ ସୁନ୍ଦରଗଡ଼ ଜିଲା କମିଟିର ଦୁଇଦିନିଆ ସାଙ୍ଗଠନିକ ସମ୍ମିଳନୀ ରବିବାର ଉଦ୍‌ଯାପିତ ହୋଇ ଯାଇଛି । ଗତକାଲି ଜିଲା ସଂପାଦକ ପ୍ରମୋଦ ସାମଲ ସମ୍ମିଳନୀରେ ଉପସ୍ଥାପନ କରିଥିବା ରାଜନୈତିକ ଓ ସାଙ୍ଗଠନିକ ଚିଠା ରିପୋର୍ଟ ଉପରେ ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା ପାର୍ଟିର ନେତୃତ୍ୱ ପ୍ରତିନିଧି ମାନେ(୨୩ଜଣ) ଆଲୋଚନାରେ ଅଂଶ ଗ୍ରହଣ କରି ସମଗ୍ର ସୁନ୍ଦରଗଡ଼ ଜିଲା ବିଶେଷ କରି ପାର୍ଟି ଲଗାତର ଭାବରେ ବିଜୟ ଲାଭ କରି ଆସୁଥିବା ବଣାଇଁ ନିର୍ବାଚନ ମଣ୍ଡଳୀରେ ପାର୍ଟିର ସାଙ୍ଗଠନିକ ସ୍ଥିତିକୁ ବୃଦ୍ଧି କରିବା ସହିତ ରାଉରକେଲା, ରଘୁନାଥପାଲୀ, ବୀରମିତ୍ରପୁର ଓ ଅନ୍ୟାନ ନିର୍ବାଚନ ମଣ୍ଡଳୀରେ ଆଗାମୀ ପଂଚାୟତ ନିର୍ବାଚନ ଓ ୨୦୨୪ ବିଧାନସଭା ନିର୍ବାଚନରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବାକୁ ଆଲୋଚନା କଲାପରେ ସମ୍ମିଳନୀରେ ରିପୋର୍ଟକୁ ଗୃହିତ କରାଯାଇଥିଲା ।
ସମ୍ମିଳନୀର ଉଦଯାପନୀ ଅଧିବେଶନରେ ବକ୍ତବ୍ୟ ରଖି ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି କହିଥିଲେଯେ, ପାର୍ଟି ଆଗାମୀ ଦିନରେ ସାଧାରଣ ଲୋକଙ୍କ ସମସ୍ୟାକୁ ଚିହ୍ନଟ କରି ତା’ର ସମାଧାନ ପାଇଁ ଲଗାତର ଭାବେ ସଂଗ୍ରାମ ଚଳାଇ ରଖିବା ସହିତ ଅଧିକରୁ ଅଧିକ ଲୋକଙ୍କୁ ବିଶେଷ କରି ଶ୍ରମିକ, କୃଷକ, ଯୁବ, ଛାତ୍ର, ମହିଳା, କର୍ମଚାରୀ ମାନଙ୍କୁ ଦଳରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାର ଉଭୟ ଦଳ ବିରୋଧି ନିତୀ ଗ୍ରହଣ କରି ଚାଲୁଥିବା ବେଳେ, ଲୋକ ଦେଖାଣିଆ ଭାବରେ ଉଭୟ ଉଭୟଙ୍କୁ ସାଧାରଣରେ ଦୋଷାରୋପ କରୁଛନ୍ତି । ଦରଦାମ ବୃଦ୍ଧି, ବେକାରଙ୍କୁ ନିଯୁକ୍ତି ପ୍ରସଙ୍ଗ, ଶ୍ରମିକ କୃଷକ ମାନଙ୍କ ସମସ୍ୟା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ବିଜେଡ଼ି ନୀରବ । ଏହା ବିରୋଧରେ ଆଗାମୀ ଦିନରେ ବ୍ୟାପକ ଜନ ସଂଗ୍ରାମ ପାଇଁ ସେ ଆହ୍ୱାନ କରିଥିଲେ ।
ଏହି ସମ୍ମିଳନୀରେ ଦରଦାମ ବୃଦ୍ଧି, ଶ୍ରମ ଆଇନ ସଂଶୋଧନ ବିରୋଧରେ ଓ କୃଷକ ମାନଙ୍କ ସମସ୍ୟା ନେଇ ଆଗାମୀ ଦିନରେ ଆନ୍ଦୋଳନ, ବେକାରୀ ସମସ୍ୟା, ମହିଳା ନିର୍ୟ୍ୟାତନା, ସାଂପ୍ରଦାୟିକତା ବାଦ ବିରୋଧରେ, ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ଜରିଆରେ ରାଷ୍ଟ୍ରାୟତ ଉଦ୍ୟୋଗ ଘରୋଇକରଣ ଓ ବିକ୍ରି ବିରୋଧରେ ଓ ସ୍ଥାନୀୟ ସମସ୍ୟା ଯଥା, ତାଳଚେର- ବିମଳାଗଡ଼ ରେଳପଥ ତୁରନ୍ତ ନିର୍ମାଣ, ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଜେନେରାଲ ୟୁନିଭରସିଟି ରାଉରକେଲାରେ ପ୍ରତିଷ୍ଠା ଆଦି ପ୍ରସ୍ତାବ ସମ୍ମିଳନୀରେ ଗୃହୀତ କରାଯାଇଥିଲା । ସମ୍ମିଳନୀରେ ଆଗାମୀ ୩ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ପ୍ରମୋଦ ସାମଲଙ୍କୁ ଜିଲା ସମ୍ପାଦକ ଭାବେ ପୁନର୍ବାର ନିର୍ବାଚିତ କରାଯାଇଥିଲା ବେଳେ ଏକ ୧୭ ଜଣିଆ ଜିଲା କମିଟି ଓ ୪ଜଣଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ଭାବେ ନିର୍ବାଚିତ କରାଯାଇଥିଲା ।
ନୂତନ ଜିଲା କମିଟିରେ ସର୍ବଶ୍ରୀ ଲକ୍ଷ୍ମଣ ମୁଣ୍ଡା, ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସାଲୋନି ମିଂଜ, ସୁରେନ୍ଦ୍ର ଦାଶ, ରାଜକିଶୋର ପ୍ରଧାନ, ବି.ପି. ମହାପାତ୍ର, ବସନ୍ତ ନାୟକ, ଚନ୍ଦ୍ରମଣି ନାଏକ, ଆନନ୍ଦ ମାସି ହରୋ, ପ୍ରଭାତ ପଣ୍ଡା, ଅନିରୁଦ୍ଧ ତ୍ରିପାଠୀ, ମନୋଜ ମିର୍ଦ୍ଧା, ଲାଲ ବାହାଦୁର ମହାନ୍ତ, ସମୀର ନାୟକ ପ୍ରମୁଖ ନିର୍ବାଚିତ ହୋଇଥିବା ବେଳେ ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ଭାବରେ ସର୍ବଶ୍ରୀ ହୃଦୟାନନ୍ଦ ଯାଦବ, ଗୌରିଶଙ୍କର ପାତ୍ର, ଅଜୟ ଶର୍ମା, ସୁଶିଲା ମୁଣ୍ଡା ପ୍ରମୁଖ ନିର୍ବାଚିତ ହୋଇଥିଲେ । ଆଗାମୀ ନଭେମ୍ବର ୩୦ ତାରିଖ ଠାରୁ ଡିସେମ୍ବର ୨ ତାରିଖ ପର୍ୟ୍ୟନ୍ତ ତିନି ଦିନ ଧରି ପାର୍ଟିର ୨୨ତମ ରାଜ୍ୟ ସମ୍ମିଳନୀ ରାଉରକେଲା ଠାରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଉପରୋକ୍ତ ୨୧ ଜଣଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲାରୁ ୨୬ ଜଣ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବେ । ସମ୍ମିଳନୀର ଖୋଲା ଅଧିବେଶନ ବଣାଇଁ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବା ସହ ଉଦଘାଟନୀ ଉତ୍ସବ ରାଉରକେଲାର ବରଟୋଲି ଠାରେ ଆୟୋଜିତ ହେବ ବୋଲି ପାର୍ଟିର ନବ ନିର୍ବାଚିତ ଜିଲା ସମ୍ପାଦକ ପ୍ରମୋଦ ସାମଲ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories