www.samajalive.in
Saturday, December 13, 2025
26.1 C
Bhubaneswar

୫ ଦିନିଆ ଇସ୍ରାଏଲ୍‍ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆଜିଠାରୁ ୫ ଦିନିଆ ଇସ୍ରାଏଲ୍‍ ଗସ୍ତରେ ଯାଉଛନ୍ତି। ଇସ୍ରାଏଲ୍‍ର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ୟାଇର୍‍ ଲାପିଡ୍‍ଙ୍କ ନିମନ୍ତ୍ରଣ କ୍ରମେ ସେ ଇସ୍ରାଏଲ୍‍ ଗସ୍ତରେ ଯାଉଛନ୍ତି। ବୈଦେଶିକ ମନ୍ତ୍ରୀ ହେବା ପରେ ଶ୍ରୀ ଜୟଶଙ୍କରଙ୍କର ଏହା ପ୍ରଥମ ଇସ୍ରାଏଲ୍‍ ଗସ୍ତ। ସେ ତାଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିବେ। ସେ ଇସ୍ରାଏଲ୍‍ ରାଷ୍ଟ୍ରପତି ଓ ବାଚସ୍ପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଓ ଇସ୍ରାଏଲ୍‍ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ଏଇ କିଛି ବର୍ଷ ଭିତରେ ଭାଗିଦାରୀ ସମ୍ପର୍କରେ ପରିଣତ ହୋଇଛି। ବିଶେଷ କରି ୨୦୧୭ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ୍‍ ଗସ୍ତ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇଛି। ଉଭୟ ଦେଶ ନବିକରଣ ଓ ଗବେଷଣା ଏବଂ ମେକ୍‍ ଇନ୍‍ ଇଣ୍ଡିଆ ଆଦି କ୍ଷେତ୍ରରେ ମିଳିତ ଉଦ୍ୟୋଗରେ କାର୍ଯ୍ୟ କରୁଛନ୍ତି।

ଶ୍ରୀ ଜୟଶଙ୍କର ଇସ୍ରାଏଲ୍‍ରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ୟୁହିଦିମାନଙ୍କୁ ଭେଟିବା ସହିତ ଭାରତ ଉପରେ ଅଧ୍ୟୟନ କରୁଥିବା ବିଦ୍ୱାନ, ସେଠାରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନଙ୍କ ସହ କଥାବାର୍ତ୍ତା କରିବେ। ବୈଦେଶିକ ମନ୍ତ୍ରଣାଳୟ କହିଛି, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପ୍ରାଣବଳୀ ଦେଇଥିବା ଭାରତୀୟ ଯବାନମାନଙ୍କୁ ଏହି ଅବସରରେ ସେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories