www.samajalive.in
Friday, December 12, 2025
14.1 C
Bhubaneswar

ଜଳିଗଲା ଚଳନ୍ତା ସ୍କୁଟି, ଅଳ୍ପକେ ବର୍ତିଲେ ଶିକ୍ଷକ

ପାତ୍ରପୁର : ପାତ୍ରପୁର ବ୍ଳକ ତୁମ୍ବା ସରଧାପୁର ନିକଟରେ ଆଜି ଜଣେ ଶିକ୍ଷକ ସ୍କୁଟିରେ ଯାଉଥିବା ବେଳେ ନିଆଁ ଲାଗିଯାଇଲା, ତେବେ ଅଳ୍ପକେ ସେ ବର୍ତିଯାଇଥିବା ଜଣାଯାଇଛି । ତୁମ୍ବା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ହାଡ଼ି ଶବର ନାମକ ଜଣେ ଶିକ୍ଷକ କୌଣସି କାମ ପାଇଁ ଶରଧାପୁର ଆସି ଥିଲେ । ସେହିଠାରେ କାମ ଶେଷ କରି ନିଜ ସ୍କୁଟି ଯୋଗ କଇଁଫୁଲିଆ ଅଭିମୁଖେ ବାହାରି ଥିଲେ। ତେବେ ଶରଧାପୁର ଗ୍ରାମ ଠାରୁ ଅନତି ଦୂର ଭୂମି ଢେପ ନିକଟ ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ଗାଡିରୁ ଧୂଆଁ ବାହାରୁ ଥିବା ପଛରେ ଯାଉଥିବା ଜଣେ ବାଇକ ଆରୋହି ସୂଚନା ଦେଇଥିଲେ। ସେ ଏହା ଜାଣି ତୁରନ୍ତ ବାଇକରୁ ଓହ୍ଲାଇ ରାସ୍ତା ପାର୍ଶ୍ୱରେ ରଖିବା କ୍ଷଣି ଗାଡିଟି ଜଳିଯାଇଥିଲା । ସେ ବୁରାତାଲ ପଞ୍ଚାୟତ ଉପର ବୁରାତାଲ ସ୍କୁଲରେ ଶିକ୍ଷକ ଭବେ କାର୍ଯ୍ୟ କରୁଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories