www.samajalive.in
Sunday, December 14, 2025
23.1 C
Bhubaneswar

ସୁରୁଖୁରୁରେ କାର୍ଯ୍ୟ କରୁଛି ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍‍ : ରିଟର୍ଣ୍ଣ ଦାଖଲ କଲେଣି ୨କୋଟିରୁ ଅଧିକ

ନୁଆଦିଲ୍ଲୀ :  ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍‍ ଜରିଆରେ ୨କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି । ଏହି ପୋର୍ଟାଲ୍‍ ଜରିଆରେ ଗତକାଲି ସୁଦ୍ଧା ୨କୋଟି ଆୟକର ରିଟର୍ଣ୍ଣ ଦାଖଲ ହୋଇଥିବା ଜଣାଯାଇଛି । ଆୟକର ବିଭାଗ ପକ୍ଷରୁ ଜୁନ୍‍ ୭ ତାରିଖରୁ ନୂଆ ପୋର୍ଟାଲ୍‍ ଆରମ୍ଭ କରାଯାଇଥିଲା। ଆରମ୍ଭରୁ କରଦାତାମାନେ ଏହି ପୋର୍ଟାଲରେ କେତେକ ତ୍ରୁଟି ଥିବାର ଦର୍ଶାଇଥିବାବେଳେ ଆୟକର ରିଟର୍ଣ୍ଣ ଫାଇଲିଂ ବେଳେ କେତେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଇଥିଲେ ।
ଏହି ସମସ୍ୟା ଗୁଡ଼ିକର ସମାଧାନ କରାଯିବା ପରେ ବର୍ତ୍ତମାନ ଏହି ପୋର୍ଟାଲ୍‍ ସୁରୁଖୁରୁରେ କାର୍ଯ୍ୟ କରୁଛି । ଗତକାଲି ସୁଦ୍ଧା ସାଢ଼େ ୧୩ କୋଟି ସ୍ୱତନ୍ତ୍ର କରଦାତା ଲଗ୍‍ଇନ୍‍ କରିଥିବାବେଳେ ପ୍ରାୟ ୫୪ ଲକ୍ଷ ୭୦ହଜାର କରଦାତା ଭୁଲିଯାଇଥିବା ପାସ୍‍ୱାର୍ଡ ପୁଣିଥରେ ପାଇବା ପାଇଁ ଲଗ୍‍ଇନ୍‍ କରିଛନ୍ତି । ୧କୋଟି ୭୦ଲକ୍ଷ ରିଟର୍ଣ୍ଣ ଫର୍ମକୁ ଇ-ଯାଞ୍ଚ କରାଯାଇଥିବାବେଳେ ତନ୍ମଧ୍ୟରୁ ୧କୋଟି ୪୯ଲକ୍ଷ କରଦାତାଙ୍କୁ ଆଧାରକାର୍ଡ ଭିତ୍ତିକ ଓ.ଟି.ପି. ଦିଆଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories