www.samajalive.in
Saturday, December 13, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମକେ ନେତ୍ରୀ କାନିମୋଝୀ

ଭୁବନେଶ୍ବର : ସର୍ବଭାରତୀୟସ୍ତରରେ ହେଉଥିବା ନିଟ୍ ପରୀକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଚିଠି ଲେଖି ସମର୍ଥନ ଲୋଡ଼ିଛନ୍ତି। ଡିଏମକେ ସଂସଦୀୟ ଦଳର ଉପନେତ୍ରୀ କାନିମୋଝୀ ଆଜି ନବୀନ ନିବାସ ଯାଇ ଷ୍ଟାଲିନଙ୍କ ଲିଖିତ ଚିଠି ପ୍ରଦାନ କରିଛନ୍ତି। ଚିଠିରେ ସର୍ବଭାରତୀୟ ସ୍ତରରେ ହେଉଥିବା ନିଟ୍ ପରୀକ୍ଷାରେ ଗରିବ ତଥା ଗ୍ରାମୀଣ ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ସମସ୍ୟା ବାବଦରେ ଉଲ୍ଲେଖ ରହିଛି।
ନିଟ୍ ପରୀକ୍ଷା ସର୍ବଭାରତୀୟସ୍ତରରେ ହେଉଥିବାବେଳେ ଏଥିରେ ହେଉଥିବା ପ୍ରତିଯୋଗିତାକୁ ଗ୍ରାମୀଣ ତଥା ଗରିବ ଛାତ୍ରଛାତ୍ରୀ ସମ୍ମୁଖୀନ ହୋଇପାରୁନାହାନ୍ତି। ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ଆବଶ୍ୟକ ହେଉଥିବାବେଳେ ଏଥିପାଇଁ ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସୁବିଧା ସୁଯୋଗ ପାଇବାରୁ ଗ୍ରାମୀଣ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ତେଣୁ ଏହାକୁ ଅନ୍ୟ ପରୀକ୍ଷା ଭଳି ରାଜ୍ୟସ୍ତରୀୟ କରି ଏଥିପାଇଁ ଥିବା ନିୟମକୁ କୋହଳ କରିବାକୁ ତାମିଲନାଡୁ ସରକାର ଦାବି କରିଛନ୍ତି। ପୂର୍ବରୁ ନବୀନ କେନ୍ଦ୍ର ସରକାରଙ୍କ ଆଗରେ ଏପରି ପ୍ରସ୍ତାବ ରଖିଥିଲେ। ଏବେ ଏହି ପ୍ରସ୍ତାବ ଉପରେ ତାମିଲନାଡୁ ସରକାର ଓଡିଶା ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ବୁଧବାର ନବୀନ ନିବାସରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପଣ୍ଡିଆନ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହି ପରୀକ୍ଷାରେ ବିଫଳ ହୋଇ ତାମିଲନାଡୁ ଓ ଅନ୍ୟ କେତେକ ରାଜ୍ୟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ତେଣୁ ଏହାକୁ ଅନ୍ୟ ପରୀକ୍ଷା ଭଳି ରାଜ୍ୟସ୍ତରୀୟ କରିବା ପାଇଁ ନିୟମ କୋହଳ କରିବାକୁ ତାମିଲନାଡୁ ସରକାର ଦାବି କରିଛନ୍ତି। ଏହାବ୍ୟତୀତ ମେଡିକାଲ କଲେଜରେ ନାମ ଲେଖା ପାଇଁ ହେଉଥିବା କାଉନସେଲିଂ ସମୟରେ କେନ୍ଦ୍ର ସରକାର ହସ୍ତକ୍ଷେପ ନ କରିବାକୁ ମଧ୍ୟ ଦାବି ହୋଇଛି। ତାମିଲନାଡୁ ସରକାର ଅନ୍ୟ ଅଣବିଜେପି ରାଜ୍ୟ ସରକାରଙ୍କୁ ସମର୍ଥନ ପାଇଁ ଚିଠି ଲେଖିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories